ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷଙ୍କ ସହ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ସମିତିର ଆଲୋଚନା

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱରରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଙ୍ଗଳବାରଦିନ ଅପରାହ୍ନରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କୁ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି। ବାଲେଶ୍ୱର କୃଷି ସଂପର୍କିତ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲେ କୃଷିପ୍ରଧାନ ଜିଲ୍ଲାର କୃଷକମାନେ ଉପକୃତ ହେବେବୋଲି ପ୍ରତିନିଧିମାନେ ଶ୍ରୀ ପଣ୍ଡାଙ୍କୁ ଅବଗତ କରାଇଥିଲେ। ସେହିପରି ବାଲେଶ୍ୱରରେ ମତ୍ସ୍ୟ ଗବେଷଣା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଗଲେ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟ ବ୍ୟବସାୟରେ ଥିବା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଓ ବାଲେଶ୍ୱର ସାଂସଦ ଓ ବିଧାୟକମାନଙ୍କୁ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାପାଇଁ ବହୁବାର ଦାବିପତ୍ର ପ୍ରଦାନ ସହ ସାକ୍ଷାତକାରରେ ଅବଗତ କରାଯାଇଥିବାର ଜଣାଇଥିଲେ। ପ୍ରତିନିଧିମାନେ ଯୋଜନା ବୋର୍ଡ଼ର ଅଧ୍ୟକ୍ଷଙ୍କୁ ସାକ୍ଷାତକାର ସମୟରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାବାସୀଙ୍କ ଏହି ଦାବିକୁ ସମର୍ଥନ ଜଣାଇଥିଲେ। ଆସନ୍ତା ଜିଲ୍ଲା ଯୋଜନାବୋର୍ଡ଼ ବୈଠକରେ ଏହି ଦାବି ସଂପର୍କରେ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରତିିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ସାକ୍ଷାତ ଓ ଆଲୋଚନାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ସଭାପତି ଡ. କେଶବ ଚରଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ମାୟାଧର ବିଶ୍ୱାଳ, ଗିରିଶ ଚନ୍ଦ୍ର ଦତ୍ତ ଓ ମମତା ପାଲ୍ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ