ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଏ ଆଇ ୟୁ ଟି ୟୁ ସି ସହବନ୍ଧିତ ଓଡ଼ିଶା ମିଳିତ ପାଚିକା ସହାୟିକା ସଙ୍ଘ ନାଉଗାଁ ବ୍ଲକ୍ କମିଟି ନେତୃତ୍ବରେ ଆଜି ନାଉଗାଁ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିଲେ। ଗତ ତିନି ମାସ ଧରି ପାରିଶ୍ରମିକ ପାଇନାହାନ୍ତି। ନିୟମିତ ପାରିଶ୍ରମିକ ପ୍ରଦାନ କରିବା, ଲଡ଼ୁ ତିଆରି ପାରିଶ୍ରମିକ ପ୍ରଦାନ କରିବା,ଵଛାଳୋ , ଗଜରାଜପୁର , ଅଲଣା ଆଦି କେତେକ ବିଦ୍ୟାଳୟରେ ୨୨୫ ଜଣ ପିଲାଙ୍କ ପାଇଁ ନିଯୁକ୍ତ ଜଣେ ପାଚିକାଙ୍କ ସହିତ ଅବିଳମ୍ବେ ଆବଶ୍ୟକୀୟ ପାଚିକା ସହାୟିକା ନିଯୁକ୍ତି ଦେବା, ମାସିକ ପାରିଶ୍ରମିକ ବୃଦ୍ଧି କରିବା ଦାବିରେ ଆୟୋଜିତ ହୋଇଥିଲା। ଆଜି ଧାରଣା କାର୍ଯ୍ୟକ୍ରମ ସମୟରେ ବ୍ୟାଙ୍କ ଆକାଉଣ୍ଟ ରେ ପାରିଶ୍ରମିକ ପ୍ରଦାନ କରାଗଲା। ଏହି ଧାରଣାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଜଗତସିଂହପୁର ଜିଲ୍ଲା ସମ୍ପାଦକ କମ୍ରେଡ ସୁବାସ ସ୍ବାଇଁ ଓ ପାଚିକା ସହାୟିକା ସଙ୍ଘ ସଭାନେତ୍ରୀ ସାବିତ୍ରୀ ମହାପାତ୍ରଙ୍କ ନେତୃତ୍ବରେ ୫୦ ରୁ ଉର୍ଦ୍ଧ ପାଚିକା ସହାୟିକା ଏହି ଧାରଣାରେ ସାମିଲ ହୋଇଥିଲେ। କବିତା ସେଠୀ, ପ୍ରତିମା ମହାନ୍ତି,ରୁବି ମହାନ୍ତି, ସ୍ଵର୍ଣ୍ଣଲତା କାଣ୍ଡି, ଲକ୍ଷ୍ମୀ ପ୍ରିୟା ବେହୁରା, ବେଲ ଲତା ଲେଙ୍କା, ସରସ୍ଵତୀ ସାହୁ, ରାଜଶ୍ରୀ ବାରିକ ,ଅନସୂୟା ମଲ୍ଲିକ, ଲକ୍ଷ୍ମୀପ୍ରିୟା ନାୟକ, ସବିତା ବାରିକ,ସୁଲୋଚନା ସାହୁ ପ୍ରମୁଖ ଧାରଣା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ |


