ପୋଖରୀରେ ବୁଡ଼ି ହାଟଡିହି ଗ୍ରାମର ବ୍ୟକ୍ତିଙ୍କ ମୃତ୍ୟୁ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହାଟଡିହି ଗ୍ରାମର ଚନ୍ଦ୍ରମଣି ଜେନା (୫୨)। ସୂଚନା ଅନୁଯାୟୀ, ଚନ୍ଦ୍ରମଣି ବୁଧବାର ଭୋର ସମୟରେ ଶୌଚ ପାଇଁ ଗ୍ରାମର ଏକ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏନେଇ ୨୬/୨୦୨୬ରେ ଏକ ଅପମୃତ୍ୟୁ ମାମଲା ୠଜୁକରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।


