ପିଏମ୍‌ ଶ୍ରୀ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ

ରାମନାଗୁଡ଼ା,(ୱାଇଏନଏସ): ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ାସ୍ଥିତ ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଅଭିଭାବକ-ଶିକ୍ଷକ ବୈଠକ (ପିଟିଏମ୍‌) ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପ୍ରଗତି, ନିୟମିତ ଉପସ୍ଥାନ, ଶୃଙ୍ଖଳା, ଶିଶୁ ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ଉପରେ ଆଲୋଚନା ହୋଇଥିଲା।ବୈଠକରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶିଶୁ ଅଧିକାର ସୁରକ୍ଷା, ଶିଶୁଶ୍ରମ ନିରାକରଣ, ସମଗ୍ର ଶିକ୍ଷା ଅଭିଯାନ ଓ ସରକାରୀ ଶିକ୍ଷାମୂଳକ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ସଚେତନ କରାଯାଇଥିଲା। ଏଥିସହ ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିକଳ୍ପନା ଏବଂ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ରକ୍ଷା, କିଶୋରୀଙ୍କ ଋତୁସ୍ରାବ ସ୍ୱଚ୍ଛତା, ସାନିଟାରୀ ନାପକିନ୍‌ର ସଠିକ୍‌ ବ୍ୟବହାର ଓ ନିଷ୍କାସନ, ଇନ୍‌ସିନେରେଟର୍‌ର ଉପଯୋଗିତା ଏବଂ ସୁରକ୍ଷିତ ଶିକ୍ଷା ପରିବେଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଅଭିଭାବକମାନେ ନିଜ ପିଲାଙ୍କ ପାଠପଢ଼ା ଓ ଶିକ୍ଷାଗତ ଅଗ୍ରଗତି ସମ୍ପର୍କରେ ଶିକ୍ଷକଙ୍କ ସହ ମତ ବିନିମୟ କରିଥିଲେ। ପିଲାଙ୍କୁ ନିୟମିତ ବିଦ୍ୟାଳୟ ପଠାଇବା, ଘରେ ପାଠପଢ଼ା ପ୍ରତି ଧ୍ୟାନ ଦେବା ଓ ଉତ୍ତମ ଅଭ୍ୟାସ ଗଢ଼ି ତୋଳିବାକୁ ଶିକ୍ଷକମାନେ ପରାମର୍ଶ ଦେଇଥିଲେ। ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସମନ୍ୱୟ ମାଧ୍ୟମରେ ଉତ୍ତମ ଶିକ୍ଷା ପରିବେଶ ସୃଷ୍ଟି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଏସ୍‌ଏମ୍‌ସି ଅଧ୍ୟକ୍ଷ  କିଶୋର ଚନ୍ଦ୍ର ବେହେରା, ସରପଞ୍ଚ  ସୂର୍ଯ୍ୟରାଓ କୁମ୍ବ୍ରିକା, ପ୍ରଧାନଶିକ୍ଷକ  ଗୌରୀ ପ୍ରସାଦ ପଣ୍ଡା, ବରିଷ୍ଠ ଶିକ୍ଷୟିତ୍ରୀ  ସ୍ମିତାରାଣୀ ତୁଲୋଙ୍କ ସମେତ ଜଗଦୀଶ ମଣ୍ଡରାଡ଼ା,  ନାନାଜୀ ମାଣ୍ଡାଙ୍ଗୀ, କୁମାରୀ ଶାନ୍ତି ବେହେରା,  ରଞ୍ଜିତା ସାହୁ ଓ ଏସ୍‌ଏମ୍‌ସି ସଦସ୍ୟମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ