ଭାରତ ରତ୍ନ କାଲାମ ଯୁବ ସମାଜ ପାଈଁ ପ୍ରାତଃ ସ୍ମରଣୀୟ: ଓୟୁଜେ
ବାଲେଶ୍ବର(ସରୋଜ ପଣ୍ଡା): ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥିବା ଡ.ଏପିଜେ ଅବଦୁଲ କାଲାମ ଆଜି ଆମ ସମସ୍ତଙ୍କ ପ୍ରାତଃ ସ୍ମରଣୀୟ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ଆଜି ବାଲେଶ୍ବର ଷ୍ଟେସନ ଛକ ଠାରେ ଓଡିଶା ସାମ୍ୱାଦିକ ୟୁନିଅନ ପକ୍ଷରୁ ଆୟୋଜିତ ଡ. ଏପିଜେ ଅବଦୁଲ କାଲାମ ଙ୍କ ଜୟନ୍ତୀ ପାଳନ ଅବସରରେ ସାମୂହିକ ମାଲ୍ୟାର୍ପଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କାଲାମ ଅଗ୍ନୀ କ୍ଷେପଣାସ୍ତ୍ରର ଜନକ ହୋଇଥିବା ବେଳେ ବାଲେଶ୍ବର ତାଙ୍କର କର୍ମକ୍ଷେତ୍ର ଥିଲା ବୋଲି କହିଥିଲେ। ଦେଶର ସାର୍ବଭୌମତ୍ୱ,ଅଖଣ୍ଡତା, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ପାଈଁ ତାଙ୍କର ଅବଦାନ ଅବିସ୍ମରଣୀୟ ଥିଲା ବୋଲି ବକ୍ତା ମାନେ କହିଥିଲେ।। ଦୃଢ଼ ଇଚ୍ଛାଶକ୍ତି, ମନୋବଳ,ନିଷ୍ପତ୍ତି, ସାଧନା, ସଂସ୍କାର, ମୂଲ୍ୟବୋଧ, ଶୃଙ୍ଖଳା ଯୁବ ସମାଜ ପାଇଁ ପ୍ରେରଣାଉତ୍ସ ହେଉ ବୋଲି କାଲାମ କହି ଆସୁଥିଲେ। ଆଜିର ଯୁବ ସମାଜକୁ ଦେଶପ୍ରେମ ର ଜାଗରଣ ସୃଷ୍ଟି କରିବା ପାଇଁ ୟୁନିଅନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ସଭାପତି ଗଙ୍ଗାଧର ରାଉତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର ଶତୃଘ୍ନ ମଲ୍ଲିକ, ଧ୍ଵନି ପ୍ରତିଧ୍ଵନି ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା,ସମବାୟ ବିତ ଅଜୟ କୁମାର ସାମଲ, ସମାଜ ସେବୀ ଚନ୍ଦ୍ରାଂଶୁ ବାନାର୍ଜୀ, ଗୋପିକୃଷ୍ଣ ମହାନ୍ତି,ୟୁନିଅନର ବରିଷ୍ଟ ସଦସ୍ୟ ଅଜିତ କୁମାର ମହାନ୍ତି, ଲକ୍ଷ୍ମୀଧର ଗାଣ, ପ୍ରସନଜିତ ଆଶ, ମହେଶ୍ୱର ପ୍ରଧାନ, କହ୍ନେଇ ଚରଣ ପ୍ରଧାନ ମଧୁସୂଦନ ଦାସ, ରୁଚିକ ରଞ୍ଜନ ମହାପାତ୍ର, ରାଜଶ୍ରୀ ପାଣିଗ୍ରାହୀ, ଜିତେନ୍ଦ୍ର ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ। ୟୁନିଅନର ସାଧାରଣ ସମ୍ପାଦକ ରବିରଞ୍ଜନ ତ୍ରୀପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


