ଛେନାପଦିଛକର ବିଶିଷ୍ଟ ବ୍ୟବସାୟୀ ସନ୍ୟାସୀ ସାଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): ଛେନାପଦିଛକର ବିଶିଷ୍ଟ ବ୍ୟବସାୟୀ ତଥା ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସରପ୍ରାପ୍ତ କର୍ମଚାରୀ ସନ୍ୟାସୀ ସା ଙ୍କର ୬୬ ବର୍ଷ ବୟସରେ ପରଲୋକ ଘଟିଛି। ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ନେଇଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପରଲୋକ ଖବର ପାଇ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର ଜେନା, ପଞ୍ଚାନନ ବେହେରା, ହିମାଂଶୁ ନାୟକ, ଅମୀୟ ନାୟକ, ଚକ୍ରଧର ସାହୁ, ସୁବାସ ଓଝା, କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଗ୍ରାମବାସୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଅପରାହ୍ନ ରେ ତାଙ୍କ ମରଶରୀରକୁ ଛେନା ପଦି ବଜାର ପରିକ୍ରମା କରାଇବା ପରେ ଗାଁ ଶ୍ମାଶନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ପୁଅ ବାଦଲ କୁମାର ସା ମୁଖାଗ୍ନି ଦେଇଥିବା ବେଳେ ସମସ୍ତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ