ଛାତ୍ର ସଂସଦ ନିର୍ବାଚନ:ଶୁକ୍ରୁ ପ୍ରାସ୍କା ସଭାପତି ଭାବେ ନିର୍ବାଚିତ
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ମତଦାନ ସମ୍ପୂର୍ଣ୍ଣ ହେବା ପରେ ଅଧ୍ୟକ୍ଷ ହୃଷୀକେଶ ଜାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ମହାବିଦ୍ୟାଳୟରେ ତିରିଶି ଵର୍ଷ ପରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ପ୍ରଥମେ ୧୪ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ, ଆଜିର ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ନିମ୍ନୋକ୍ତ ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି। ସେହିପରି ଅଧ୍ୟାପକ ରଜନୀ ମିଶ୍ର ନିରୀକ୍ଷକ ଭାବେ ଥିବା ବେଳେ ଡ଼କ୍ଟର ରାମନାଥ ମହାପାତ୍ର, ବିରାଟ ପଣ୍ଡା, ରମାକାନ୍ତ ଚି଼ଛୁଆଣି, ଅସିତ କୁମାର ମହାନ୍ତି, ମୋନାଲିସା ମହାପାତ୍ର, ବିଶ୍ୱନାଥ ନାୟକ, ରିତୁ କାଟି, ଗୋଲକ ଚନ୍ଦ୍ର ସ୍ୱାଇଁ, ବାଳକୁଷ୍ଟ ବଣୁଆ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସଭାପତି ଶୁକ୍ରୁ ପ୍ରାସ୍କା ଉପ-ସଭାପତି ଧନେଷ୍ଟି ସାରକା ସାଧାରଣ ସମ୍ପାଦକ : ସସ୍ମିତା ବେହେରା,ସହ-ସମ୍ପାଦକ ଗଣେଶ ଜାକେସିକା,ନାଟ୍ୟ ସମ୍ପାଦକ ଯମୁନା ସିଂ ନାୟକ,କ୍ରୀଡ଼ା ସମ୍ପାଦକ ସୁଜିତ୍ କୁଶୁଲିଆ ଯୁଗ୍ମ ନାଟ୍ୟ ସମ୍ପାଦକ ମଳୟ କାଣ୍ଡମାକା ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ଜାଲି ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚିତ ପ୍ରତିନିଧି ମାନଙ୍କୁ କଲେଜର ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅତିରିକ୍ତ ଏସପି ସତ୍ୟ ନନ୍ଦଙ୍କ ନେତୃତ୍ୱରେ ମୁନିଗୁଡା ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କ ତତ୍ୱାବଧାନରେ ଏସଆଇ ମହେନ୍ଦ୍ର ହାଁସଦା,ଉର୍ମିଳା ସେଠୀ,ମନୋରଞ୍ଜନ ବିଶ୍ୱାଳଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।


