ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ ୪ ଗିରଫ, ୫୮୧୦ ଟଙ୍କା ଜବତ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ପରମ୍ପରା ନାମରେ ଜୁଆ ଖେଳକୁ ପୋଲିସ ପ୍ରଶୟ ଦେଉ ନାହିଁ ବୋଲି ଟଙ୍କା ଏବଂ ଜୁଆ ଖେଳରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ କରିଛି।କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡାଙ୍କ ନେତୃତରେ ଏକ ଜୁଆ ଆଡାରେ ଚଢ଼ଉ କରି ୪ ଜଣଙ୍କୁ ଧରି ୫୮୧୦ ହଜାର ଟଙ୍କାଜବତ କରି , ୪ଟି ମୋବାଇଲ ଫୋନ୍, ତାସ ଓ ତାରପାଲିନ ଜବତ କରିଛି। ଗତରାତ୍ର କୁମାର ପୁର୍ଣିମା ଥିବାରୁ ପାରମ୍ପରିକ ନାମରେ ଟଙ୍କା ବାଜି ଲଗାଇ ଖେଳୁଥିବା ଜୁଆଡ଼ିଙ୍କୁ ଧରିଛି। ଏହି ଘଟଣାଗୁଡ଼ିକରେ ପୁଲିସ ୧୫୪/୨୬ୟୁ /ଏସ ୩ ଓପିଜି ଆକ୍ଟ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି। ବେଆଇନ ଜୁଆ କାରବାର ରୋକିବା ପାଇଁ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପରିଡା ପ୍ରକାଶ କରିଛନ୍ତି।


