ଅର୍ଣ୍ଣବ ବାତ୍ୟାରୁ ସାଧାରଣ ଜନତାଙ୍କ ସୁରକ୍ଷା ନେଇ ସମ୍ବେଦନଶୀଳ ଅଞ୍ଚଳ ଗସ୍ତ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ସାମ୍ଭାବ୍ୟ ଅର୍ଣ୍ଣବ ବାତ୍ୟାରୁ ସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ବାତ୍ୟା ପୂର୍ବରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଓ ସତର୍କତା ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବେଦନଶୀଳ ଅଞ୍ଚଳ ଗୁଡିକୁ ପାଦଚଲାରେ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିବା ସୂଚନା ମିଳିଛି. ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସମେତ ଉପଜିଲ୍ଲାପାଳ ଭଗବତ କଲ୍ୟାଣ ସାମଲରାଓ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ କାଶୀନଗର ଏନଏସି ଅଞ୍ଚଳର ସହର ତଳି ଓ ବଂଶଧାରା ନଦୀ ପାର୍ଶ୍ୱରେ ରହିଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଗୁଡିକୁ ପାଦ ଚଲାରେ ପରିଦର୍ଶନ କରି ଅନୁଧ୍ୟାନ କରିବା ପରେ ସମ୍ଭାବ୍ୟ ଅର୍ଣ୍ଣବ ବାତ୍ୟା ପୂର୍ବରୁ କିପରି ସାଧାରଣଙ୍କୁ ସୁରକ୍ଷା ଦିଆଯିବ ଏବଂ ବିପଦପୁର୍ଣ ବଂଶଧାରା ନଦୀ ତଟରୁ ସୁରକ୍ଷା ପାଇଁ ଥିବା ଆଶ୍ରୟ ସ୍ଥଳୀ ଗୁଡିକୁ ଲୋକଙ୍କୁ ନେବା ପାଇଁ ଗଜପତି ଜିଲ୍ଲାପାଳ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି. ଏହାଦ୍ୱାରା ବଂଶଧାରା ନଦୀରେ ବନ୍ୟା ଦେଖା ଦେବା ସମ୍ଭାବନା ରହିଛି. ତେଣୁ ନଦୀ ତଟରେ ରହୁଥିବା ବିଭିନ୍ନ ଗ୍ରାମର ଲୋକଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷା ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ସହ ଆଜିଠାରୁ ଆଗାମୀ 29 ତାରିଖ ପର୍ଯ୍ୟନ୍ତ ବଂଶଧାରା ନଦୀ ଓ ଏହାର ବନ୍ୟାଜନିତ କ୍ଷୟକ୍ଷତି ଯେପରି ନ ଘଟେ ସେଥିପାଇଁ ସମସ୍ତ ପଦାଧିକାରୀ ସମ୍ପୂର୍ଣ ସଜାଗ ରହିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ