ଆବକାରୀ ଚଢ଼ଉ, ୭ ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ): ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରାମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଳି, ପାଟକୁରା, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, କନିକା, ମାର୍ଶାଘାଇ, ଡେରାବିଶ ଓ ତାଳଚୁଆ ମେରାଇନ୍ ଥାନା ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅଚ୍ୟୁତପୁର ଗ୍ରାମର ପ୍ରଭାତ କୁମାର ମଳିକ(୪୪)ଙ୍କ ନିକଟରୁ ୩୧ ଲିଟର ଚୋରା ବିଦେଶୀ ମଦ, ଭୂଇଁପୁର ଗ୍ରାମର ରମେଶ ଚନ୍ଦ୍ର ସିଂ(୫୪)ଙ୍କ ନିକଟରୁ ୩୬ ଲିଟର ଚୋରା ବିଦେଶୀ ମଦ, ମାଟିଆ ଗ୍ରାମର ପ୍ରକାଶ ମଳିକ (୪୨)ଙ୍କ ନିକଟରୁ ୨୪ ଲିଟର ଚୋରା ଦେଶୀ ମଦ ଏବଂ ସୂର୍ଯ୍ୟକାନ୍ତ ମଳିକ(୪୬)ଙ୍କ ନିକଟରୁ ୨୩ ଲିଟର ଚୋରା ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ସେହିପରି ତାଳଶଙ୍ଗା ଗ୍ରାମର ନରେନ୍ଦ୍ର ମଳିକ(୪୪)ଙ୍କ ନିକଟରୁ ୨୭ ଲିଟର ଚୋରା ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ, ନିମପୁର ଗ୍ରାମର ସୂର୍ଯ୍ୟନାରାୟଣ ରାଉତ (୩୫)ଙ୍କ ନିକଟରୁ ୧୭ ଲିଟର ଚୋରା ବିଦେଶୀ ମଦ ଏବଂ ଲୋକନାଥପୁର ଗ୍ରାମର ହୃଷି ମଳିକ (୩୮)ଙ୍କ ନିକଟରୁ ୨୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ାଉରେ ମୋଟ ୧୭୯ ଲିଟର ଚୋରା ମଦ ଓ ଦୁଇଟି ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି। ଉକ୍ତ ମାମଲା ଗୁଡ଼ିକରେ ୭ ଜଣ ଚୋରା ମଦବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ