ବସନ୍ତିଆ ଗ୍ରାମରେ କାଳୀପୂଜା ପାଇଁ ପବିତ୍ର ମାଟି ଅନୁକୂଳ

ହାଟଡିହି (ଓ୍ବାଇଏନଏସ): ପବିତ୍ର କାଳୀପୂଜା ଉପଲକ୍ଷେ  ବସନ୍ତିଆ ଗ୍ରାମରେ ଆଜି ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୂଜକଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ନିକଟସ୍ଥ ପୋଖରୀ କୂଳରୁ କାଳୀପୂଜା ପାଇଁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଉଦୟଭାସ୍କର ପଣ୍ଡା ସଂକଳ୍ପରେ ବସିଥିଲେ। ଏହି ଅବସରରେ ମହେଶ କୁମାର ମୈକାପ , ରାଜେଶ କୁମାର ମୈକାପ , ପରେଶ କୁମାର ମୈକାପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହେବା ପରେ ଗ୍ରାମରେ କାଳୀପୂଜାକୁ ନେଇ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ