ଦୁଇ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ଵର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆ ଙ୍କୁ ଗ୍ରାମ ନିକଟ ପୁରୁଣା ହାଇସ୍କୁଲ ନିକଟରେ ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ ଟାରେ କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଓ କାତି ରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏହି ଆକ୍ରମଣ କରାଯାଇଥିଲା।ଏହି ଘଟଣାରେ ସମ୍ପୃକ୍ତ ଗୁହାଳପୁର ଗ୍ରାମର ମୁକେଶ ପ୍ରଧାନ(୩୨) ଙ୍କୁ ଶୁକ୍ରବାର ସକାଳ ପ୍ରାୟ ୯ ଟାରେ  ପୋଲିସ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ. ୪୫୭/୨୬ବିଏନଏସ ର ଦଫା -୧୯୧(୨)/୧୯୧(୩)/୨୯୬/୧୧୫(୨)/୧୧୭(୨)/୧୧୮(୧)/୩୫୧(୨)/୩୨୪(୪)/୧୦୯/୧୯୦  ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବୁଧବାର ସନ୍ଧ୍ୟାରେ ଧବଳେଶ୍ଵର,କୃଷ୍ଣ,ଶୁଭମ୍ ଏବଂ ତାଙ୍କ ୩ ସାଙ୍ଗ ହାଇସ୍କୁଲ ବାରଣ୍ଡା ରେ ବସି କଥା ହେଉଥିବା ବେଳେ ମୁକେଶ ଏବଂ ତାଙ୍କ ୫ ସହଯୋଗୀ ଖଣ୍ଡା,କାତି,ଭୁଜାଲି,ଠେଙ୍ଗା ପ୍ରଭୃତି ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଶୁଭମ୍ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ଶୁଭମ୍ , ଧବଳେଶ୍ଵର,କୃଷ୍ଣ ଏବଂ ତାଙ୍କ ସାଙ୍ଗମାନେ ପ୍ରତିବାଦ କରିବାରୁ ସେମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ।ଖଣ୍ଡା ଚୋଟୋ ରେ ଧବଳେଶ୍ଵର ଙ୍କ ବାମ ପାଦ ହାଣି ହୋଇଯାଇଥିବା ବେଳେ କୃଷ୍ଣ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ଉଭୟେ ନିକଟସ୍ଥ ମେଡିକାଲ ଷ୍ଟୋର ରେ ଚିକିତ୍ସା ହେଉଥିବା ବେଳେ ଅଭିଯୁକ୍ତ ମୁକେଶ ଓ ଅନ୍ୟମାନେ ଏକ କାର ଓ ବାଇକ ରେ ପହଞ୍ଚି ଧବଳେଶ୍ଵର ଙ୍କୁ ମେଡିକାଲ ଷ୍ଟୋର ରେ ପଶି ପୁଣି ଥରେ ମାଡ଼ ମାରିବା ସହ ଧମକ ଦେଇ ଚାଲିଯାଇଥିଲେ।ଚିକିତ୍ସା ହେବାପରେ ଘଟଣାର ପରଦିନ ଧବଳେଶ୍ଵର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଏହି ଘଟଣା ପୂର୍ବରୁ ଗତ ରଥଯାତ୍ରା ସମୟରେ ଶୁଭମ୍ ଙ୍କ ସହ ମୁକେଶ ଙ୍କ ବଚସା ହୋଇଥିଲା।ପରେ ଧାର ଟଙ୍କା କୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ