ନୂତନ ଭୋଟର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ
ବନ୍ତ, (ଚାନ୍ଦିନୀ ମହାନ୍ତି): ବିଏଲଓ ମାନେ ଘର ଘର ବୁଲି ନୂଆ ଭୋଟର ସର୍ଭେ କାର୍ଯ୍ୟ ସଠିକ ଭାବେ କରୁଛନ୍ତି କି ନାହିଁ ଏନେଇ ଶୁକ୍ରବାର ବନ୍ତ ବ୍ଲକ ଟିଲୋ ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଆସି ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ସରୋଜକାନ୍ତ ମହାନ୍ତି ଏହାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଡେପୁଟି କଲେକ୍ଟର ଶ୍ୱେତଶ୍ରୀ ମହାପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ଦେବବ୍ରତ ମହାପାତ୍ର, ବିଡ଼ିଓ ସୀତାକାନ୍ତ ରାଉତ, ଏବିଡ଼ିଓ ମାନସ ରଞ୍ଜନ ଜେନା, ଜିପିଡ଼ିଓ ଶୁଚିସ୍ମିତା ବାରିକ, ବିଏଲଓ ସୁପରଭାଇଜର ସୁକାନ୍ତ କୁମାର ବେହେରା, ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗ ଦେଇଥିଲେ। ବୈଠକରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ।


