ବାହୁଦା ଲୁଣି ହ୍ରଦ ରେ ପଶିଲା ସମୁଦ୍ର ପାଣି: ଦୁଇ କୋଟି ଟଙ୍କାର ମାଛ ଓ ଉପକରଣ ନଷ୍ଟ

 ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ):ଗଞ୍ଜାମ ଜିଲ୍ଲା ଚିକିଟି ଉପକୂଳବର୍ତ୍ତୀ ସୁରଳ ବାହୁଦା କୃତ୍ରିମ ଲୁଣି ହ୍ରଦ ରେ ଅର୍ଣ୍ଣବ ର ପ୍ରଭାବ ରେ ସମୁଦ୍ର ପାଣି ପଶି ମତ୍ସଯିବି ଙ୍କ ବ୍ୟାପକ କ୍ଷୟ କ୍ଷତି ଘଟିଛି। ଯାହା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଭରଣା କେମିତି କରିବେ ତାକୁ ନେଇ ଚିନ୍ତା ରେ ପଡି ଯାଇଛନ୍ତି। ସରକାର ଙ୍କ ସ୍ୱତନ୍ତ୍ର ଟିମ ଏ ଘଟଣା ରେ କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି.ସୁରଳ ଗାଁ ଶେଷ ମୁଣ୍ଡ ରେ ବାହୁଦା ନଦୀ ଓ ବଙ୍ଗୋପ ସାଗର ମୁହାଣ ନିକଟରେ କୃତ୍ରିମ ଭାବେ ଦୀର୍ଘ ଦିନ ଧରି ଲବଣ ହ୍ରଦ ରହିଛି। ସେଠାରେ ସୁରଳ,ସୁବାଣୀ,ଆନ୍ଧ୍ର ପ୍ରଦେଶ ର କାବିଟି,ଇଚ୍ଛାପୁର,ଇନ୍ଦୁପୁର ମତ୍ସଯିବି ମାନେ ନିର୍ଭର କରି ଚଳନ୍ତି। ସରକାର ଙ୍କ ଠାରୁ ଲିଜ ଆଣି ଗ୍ରାମବାସୀ ଛୋଟ ବଡ଼ କରି ପ୍ରାୟ 30 ଭାଗରେ ବିଭକ୍ତ କରି ଲିଜ ଦିଅନ୍ତି ଏହି ହ୍ରଦ କୁ ତିନି ବର୍ଷ ବିଭିନ୍ନ ପ୍ରଜାତି ର ମାଛ ଚାଷ ପାଇଁ.ସମୁଦ୍ର ଉଚ୍ଚ ରେ ରହିବା ହେତୁ ଅବିଶ୍ରାନ୍ତ ପ୍ରତ୍ୟହ 350 ରୁ ରୁ 400 ଏମ ଏମ ବର୍ଷା ପାଣି,ବାଘଲଟି ପ୍ରକଳ୍ପ ପାଣି ବାହୁଦା ରେ ଆସି ମୁହାଣ ଦେଇ ସମୁଦ୍ର ରେ ପଶିବା କଷ୍ଟକର ହୋଇପଡ଼ିଥିଲା.ଫଳ ରେ ଏହି ହ୍ରଦ ରେ ପାଣି ପଶି ଉଛୁଳି  ଯାଇଥିଲା। ଯଦ୍ୱାରା  ମାଛ ଚାଷ ରେ ବ୍ୟବହୃତ ଉପକରଣ ଡ଼ଙ୍ଗା,ଧଉଡ଼ି (ବେନ୍ଦା ),ଗଇରା ଇତ୍ୟାଦି ନଷ୍ଟ ହୋଇଯାଇଛି.ଅନ୍ୟ ପକ୍ଷ ରେ ଏଥିରେ ରହିଥିବା ବିଭିନ୍ନ ପ୍ରଜାତି ର ମାଛ ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି.ଏହା ଚାଷୀଙ୍କୁ ବିଚଳିତ କରିଥିବା ବେଳେ ପ୍ରତ୍ୟକ  ପାଖାପାଖି ସାତ ଲକ୍ଷ ହିସାବ ରେ ମୋଟ 30 ଟି ଗୁତାଧାରୀ ପ୍ରଭାବିତ ହୋଇ ଦୁଇ କୋଟି ରୁ ଉର୍ଦ୍ଧ ଟଙ୍କା ର କ୍ଷୟ କ୍ଷତି ଘଟିଛି।  ମୁହାଣ ନିକଟରେ ରେ ସ୍ଥାୟୀ ଓ ଦୀର୍ଘ ମୁହାଣ ଯଦି ସରକାର ନିର୍ମାଣ କରିପାରନ୍ତେ ତା ହେଲେ ସୁରକ୍ଷା ମିଳି ପାରନ୍ତା ବୋଲି ମାଛ ଚାଷୀ ପ୍ରକାଶ କରିଛନ୍ତି.ଗ୍ରାମ ସଭାପତି ଭୂଷଣ ବେହେରା, ଉପ ସଭାପତି ତ୍ରିନାଥ ବେହେରା, ଭାରତୀୟ ଜନତା ଦଳ ରୁ ନିରଞ୍ଜନ ବେହେରା, ବାବାଜୀ ଓଡ଼ିଆ, ସୁଦର୍ଶନ ବେହେରା,ଗୟସ ବେହେରା,ବାରୁଡୁ ଯାନୀ ପ୍ରମୁଖ ମାଛ ଚାଷୀ ଙ୍କ କ୍ଷୟକ୍ଷତି ପାଇଁ ଦୁଃଖ ପ୍ରକାଶ କରି ସରକାର ସ୍ଥାୟୀ ମୁହାଣ ପାଇଁ ତତ୍ପରତା ପ୍ରକାଶ କରିବାକୁ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ