ପ୍ରଳୟଙ୍କରୀ ବନ୍ୟାକୁ ପୁରିଲା ଏକ ସପ୍ତାହ : ଟିପିଏସ୍‍ଓଡିଏଲ୍‍ ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍‍ଙ୍କ ପ୍ରୟାସକୁ ପ୍ରଶଂସା

ଆସିକା  (ୱାଇଏନ୍‍ଏସ୍‍): ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ଇତିମଧ୍ୟରେ ଏକ ସପ୍ତାହ ପୁରି ଯାଇଥିବା ଜଣାପଡିଛି । ପ୍ରଳୟଙ୍କରୀ ବନ୍ୟା ଆରମ୍ଭ ସମୟରେ ଜନଜୀବନର ସୁରକ୍ଷା ପାଇଁ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିବା ଏବଂ ସହରରୁ ବନ୍ୟାଜଳ ହ୍ରାସ ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ ତ୍ୱରିତ୍‍ ବିଦ୍ୟୁତ୍‍ ସେବା ଯୋଗାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଟିପିଏସ୍‍ଡିଏଲ୍‍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍‍ କୁମାର ପାତ୍ରଙ୍କ କର୍ତ୍ତବ୍ୟବୋଧତା, କର୍ତ୍ତବ୍ୟନିଷ୍ଠା, ସମର୍ପଣ ମନୋଭାବକୁ ସାଧାରଣରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ କେତେକ ମହଲରେ ସେ ଅର୍ଣ୍ଣବ ହିରୋ ବୋଲି ମଧ୍ୟ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ପ୍ରଳୟଙ୍କରୀ ବନ୍ୟା ଆରମ୍ଭ ପୂର୍ବରୁ ଏବଂ ବନ୍ୟାର ପ୍ରକୋପ ହ୍ରାସ ପରେ ମାନବିକତା ଓ କର୍ତ୍ତବ୍ୟନିଷ୍ଠା ଏବଂ ଦାୟିତ୍ୱବୋଧର ପରାକାଷ୍ଠା ଦେଖାଇଥିବା ଟିପିଏସ୍‍ଓଡିଏଲ୍‍ ଆସିକା ଇଲେକ୍ଟ୍ରିକାଲ୍‍ ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍‍ କୁମାର ପାତ୍ରଙ୍କ ସେବା ମନୋବୃତ୍ତିକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ଜୋର୍‍ ଧରିଥିବା ଦେଖିବାକୁ ମିଳୁଛି । ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଗତ ୨୯ ତାରିଖ ଦିନ ଆସିକାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଅବ୍ୟବହିତ ପୂର୍ବରୁୁ ତାଲୁକା ରୋଡ ସ୍ଥିତ ପ୍ରାଇମେରୀ ସବ୍‍ଷ୍ଟେସନ୍‍ (ମୁଖ୍ୟ ବିଦ୍ୟୁତ ଉପକେନ୍ଦ୍ର, ଷ୍ଟ୍ରକ୍‍ଚର୍‍) ରେ କାର୍ଯ୍ୟରତ ଥିବା ଟିପିଏସ୍‍ଓଡିଏଲ୍‍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍‍ କୁମାର ପାତ୍ର ଜନଜୀବନର ସୁରକ୍ଷା ପାଇଁ ଜଳର ପ୍ରଖର ସ୍ରୋତ ଆସିବା କ୍ଷଣି ଜନଜୀବନର ସୁରକ୍ଷା ପାଇଁ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିବା ସାଙ୍ଗକୁ ବନ୍ୟା ଜଳ ସହରରେ ହ୍ରାସ ପାଇବା କ୍ଷଣି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ବିଭିନ୍ନ ଅଞ୍ଚଳକୁ ବୁଲି ପ୍ରାଥମିକ ପର୍ଯ୍ୟାୟରେ କ୍ଷୟକ୍ଷତିର ଆକଳନ କରିବା ସହ ବିଦ୍ୟୁତ୍‍ ସେବାକୁ ମାତ୍ର ୩ ଦିନ ଭିତରେ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ଦିଗରେ ସକ୍ଷମ ହୋଇପାରିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ