ଆଜି ଆଲୋକର ପର୍ବ ଦୀପାବଳୀ

ଆସିକା  (ୱାଇଏନ୍‍ଏସ୍‍) :ରବିବାର ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ସୁଖ ଓ ସମୃଦ୍ଧିର ପରଶ ନେଇ ଆସୁଛି ଦୀପାବଳୀ । ଆଲୋକର ଏହି ଗଣପର୍ବରେ ଝଲସିଲାଣି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗ୍ରାମାଂଚଳର ପରିବେଶ । ଆଲୋକର ପର୍ବ ଦୀପାବଳୀ ପାଇଁ ଆସିକା ଅଞ୍ଚଳ ଉତ୍ସବମୁଖର ହୋଇପଡିଥିଲା ବେଳେ ରଙ୍ଗବେରଙ୍ଗର ଆଲୋକମାଳାରେ କେତେକ ଦୋକାନ ବଜାର ଗୁଡିକ ସଜେଇ ହୋଇଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର କେତେକ ବ୍ୟବସାୟୀ ଚଳିତ ବର୍ଷ ବିକ୍ରୀ କରୁଛନ୍ତି ପାଣି ଦୀପ । ଯେଉଁଥିରେ ତେଲ ନୁହେଁ ପାଣି ଢାଳିବା କ୍ଷଣି ଦୀପ ଜଳୁଛି । ଯାହା ଗ୍ରାହକଙ୍କୁ ବେଶ୍‍ ଆକର୍ଷିତ କରୁଛି । ଏହି ଦୀପରେ ତେଲ ବଦଳରେ ପାଣି ପକାଇଲେ ଏକ ଲାଇଟ୍‍ ଜଳୁଥିବା ଦେଖିବାକୁ ମିଳୁଛି । ଯାହା ସତସତିକା ଦୀପର ଭ୍ରମ ସୃଷ୍ଟି କରୁଛି । ଏହି ଦୀପ କୋଲକତା ଅଞ୍ଚଳରୁ ଆଣି କେତେକ ବ୍ୟବସାୟୀ ବିକ୍ରୀ କରୁଥିବା ବେଳେ ଏଥିରେ ଏକ ବ୍ୟାଟେରୀ ରହିଛି । ଏଥିରେ ସେନ୍‍ସର ଲାଗିଥିବାରୁ ପାଣି ସଂସ୍ପର୍ଶରେ ଆସିଲେ ଛୋଟିଆ ଲାଇଟ୍‍ଟି ଜଳୁଥିବା ଲକ୍ଷ୍ୟ କରାଯାଉଛି । ବ୍ୟାଟେରୀ ଚାର୍ଜ ଥିବା ପର୍ଯ୍ୟନ୍ତ ଏହା ଜଳିବ ବୋଲି ବ୍ୟବସାୟୀ ସନ୍ତୋଷ ପଣ୍ଡା ସୂଚନା ଦେଇଛନ୍ତି । ଅତ୍ୟାଧୁନିକ ଜ୍ଞାନକୈଶଳ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ପ୍ଳାଷ୍ଟିକ୍‍ ପାଣିଦୀପର ଚାହିଦା ଆସିକା ଅଞ୍ଚଳରେ ବେଶ୍‍ ଅଧିକ ରହିଛି । ଆସିକା ସହରର ବିଭିନ୍ନ ସ୍ଥାନରେ ଦୀପାବଳୀ ପାଇଁ ଖୋଲିଥିବା ସ୍ୱତନ୍ତ୍ର ଷ୍ଟଲ୍‍ରେ ଏହି ପାଣିଦୀପ ସର୍ବାଧିକ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ଦୀପାପଳୀ ପାଇଁ ବଜାରରେ ମିଳୁଛି ଭଳିକି ଭଳିକି ନୁଆଁ ନୁଆଁ ସାମଗ୍ରୀ । ଜଣେ ଅତି ନିକଟରୁ ନ ଦେଖିଲେ ଏହି ପାଣି ଦୀପ ତେଲରେ ଜଳୁଛି କି ପାଣିରେ ଜଳୁଛି ତାହା ଜାଣିବା କଷ୍ଟକର । ଆସିକା ଅଞ୍ଚଳର ବାଣଦୋକାନ ଠାରୁ ଆରମ୍ଭ କରି ଛୋଟ ଛୋଟ ଖୁଚୁରା ଦୋକନାରେ ବି ଏହି ପାଣିଦୀପ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ଏହି ପାଣିଦୀପ ପ୍ଳାଷ୍ଟିକରେ ତିଆରୀ ହୋଇଥିବା ବେଳେ ଏଥିରେ ପାଣି ପକାଇବା ମାତ୍ରେ ଜଳିବା ଆରମ୍ଭ କରୁଛି । ପାଣି କାଢିଦେବା ମାତ୍ରେ ଦୀପଟି ଲିଭିଯାଉଛି । ଏହି ପାଣିଦୀପର ମୂଲ୍ୟ ୬ ଟଙ୍କା ରହିଛି । ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅଧିକାଂଶ ଏହି ପାଣିଦୀପକୁ କିଣି ନେଉଥିବା ଦେଖିବାକୁ ମିଳୁଛି । ପବିତ୍ର ଦୀପାବଳୀରେ ହିନ୍ଦୁ ଧର୍ମାବଲମ୍ବୀମାନେ ବଡବଡୁଆଙ୍କୁ ଡାକିବେ । ବଡବଡୁଆ ହୋ ………………… ଅନ୍ଧାରରେ ଆସ, ଆଲୋକରେ ଯାଅ………….ା ଦୀପାପଳୀ ଦିନ ପବିତ୍ର ପୟାଶ୍ରାଦ୍ଧ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ହିନ୍ଦୁ ସଂପ୍ରଦାୟର ସାଧାରଣ ଜନତା ତତ୍ପର ହୋଇଉଠିଥିଲା ବେଳେ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି । ଦୀପବଳୀ ଅବସରରେ କାଉଁରିଆ କାଠି କିମ୍ବା ଆଖୁ ଜାଳି ଶ୍ରଦ୍ଧାଳୁମାନେ ପୟାଶ୍ରାଦ୍ଧ ଦେବା ବେଳେ ବଡବଡୁଆଙ୍କୁ ଡାକିବେ । ଦୀପାବଳୀ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କାଉଁରିଆ କାଠି ଓ ଆଖୁ ପ୍ରଚୁର ପରିମାଣରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି । ଆଲୋକର ପର୍ବ ଦୀପାବଳୀ କେବେ ପାଳନ ହେବ ତାହାକୁ ନେଇ ଲାଗିରହିଛି ଦ୍ୱନ୍ଦ । କିଏ ଆସନ୍ତା ରବିବାର ତ ଅନ୍ୟ କିଏ ସୋମବାର ଦୀପାବଳୀ ପାଳନ କରିବାକୁ ଚିନ୍ତା କରୁଥିବା ଜଣାପଡିଛି । ଦୀପାବଳୀ ପାଇଁ ଆବଶ୍ୟକ ପଡୁଥିବା ପୂଜା ସାମଗ୍ରୀ କ୍ରୟ ସକାଶେ ଆସିକା ବଜାରରେ ପ୍ରବଳ ଭିଡ ଜମିଥିଲା । ଚଳିତବର୍ଷ ଲୋକଙ୍କ ଉପରେ ମହଙ୍ଗାମାଡ ପଡିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଅନେକ ପୂଜାସାମଗ୍ରୀର ଦର ବୃଦ୍ଧି ପାଇଛି । ବିନା ଦୀପରେ ଦୀପାବଳୀ ଅଧୁରା । ଏହି ଆଲୋକର ପର୍ବ ଦୀପାବଳୀ ଅବସରରେ ପ୍ରତିଘରେ ଦୀପ ବ୍ୟବହାର ହୋଇଥାଏ । ଛୋଟ ଠାରୁ ଆରମ୍ଭ କରି ବଡ ଆକାରର ଦୀପ ବଜାରରେ ବିକ୍ରୀ ହେଉଥିବା ବେଳେ ପାଣିଦୀପର ଚାହିଦା ଅଧିକ ଥିବା ପରିଲକ୍ଷିତ ହେଉଛି । ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ଆବଶ୍ୟକ ପଡୁଥିବା ପୂଜା ସାମଗ୍ରୀ କ୍ରୟ କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପୂଜା ବଜାର ସରଗରମ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ଆଲୋକର ପର୍ବ ଦୀପାବଳି ଅବସରରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ବଡବଡୁଆଙ୍କ ଡାକ ବିଧି ରହିଛି। ଦୀପାବଳି ପାଳନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ରାସ୍ତାକଡରେ ବହୁ ବ୍ୟବସାୟୀ ଦୀପ, କାଉଁରିଆ କାଠି, ଆଖୁ, ଫୁଲ, ବୋତିନଇ ସମେତ ଅନ୍ୟାନ୍ୟ ପୂଜା ସାମଗ୍ରୀ ବିକ୍ରୀ କରୁଥିବା ବେଳେ ହିନ୍ଦୁ ଧର୍ମାବଲମ୍ବୀ ମାନେ ମଧ୍ୟ ଦୀପାବଳିରେ ଆବଶ୍ୟକ ପଡୁଥିବା ପୂଜା ସାମଗ୍ରୀ କ୍ରୟ କରିବା ପାଇଁ ଦୋକାନ ଗୁଡିକରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା। ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଆସିକା ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଚଳିତବର୍ଷ ଆଲୋକର ପର୍ବ ଦୀପାବଳୀକୁ ବହୁ ବ୍ୟକ୍ତି ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପରିବର୍ତ୍ତେ କେବଳ ବିଧି ରକ୍ଷା ପାଇଁ ପାଳନ କରୁଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ