ଆସିକାରେ ଜୋର୍ ଧରିଛି ବାଣ ବ୍ୟବସାୟ
ଆସିକା (ୱାଇଏନ୍ଏସ୍): ଆଲୋକର ପର୍ବ ଦୀପାବଳି ପର୍ବକୁ ଧୁମ୍ ଧାମ୍ରେ ପାଳନ କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ଆସିକା ଅଞ୍ଚଳର ନଳବଣ୍ଟା ଗ୍ରାମର ଜନବସତି ଅଞ୍ଚଳଠାରୁ କିଛି ମିଟର ଦୂରରେ କେତେକ ଖୋଲା ପଡିଆରେ ଆବଶ୍ୟକୀୟ ଭିତ୍ତିଭୂମିକୁ ସୁଦୃଢ କରି ଆବଶ୍ୟକୀୟ ନୀତି ନିୟମ ଅନୁଯାୟୀ ଅସ୍ଥାୟୀ ଭାବେ ଖୋଲା ଯାଇଥିବା ବାଣ ବଜାରରେ ବାଣ ବ୍ୟବସାୟ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ଆସିକା ସହରର ବସଷ୍ଟାଣ୍ଡ କଳିଙ୍ଗରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଟୁଇନ୍ ରିଭର୍ ସ୍ମାର୍ଟ ପାର୍କ ନିକଟରେ ଅସ୍ଥାୟୀ ଭାବେ ଖୁଚୁରା ବାଣ ବ୍ୟବସାୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ହୋଲ୍ସେଲ୍ ବ୍ୟବସାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସବୁଜ ବାଣ କ୍ରୟ କରି ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରୀ କରିଥାନ୍ତି । ଆସିକା ସହର ବସଷ୍ଟାଣ୍ଡ କଳିଙ୍ଗ ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଟୁଇନ୍ ରିଭର୍ ସ୍ମାର୍ଟପାର୍କ ନିକଟରେ ଖୋଲା ଯାଇଥିବା ବାଣ ମାର୍କେଟ୍ରେ ଗ୍ରାହକଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ଅଞ୍ଚଳବାସୀ ଆଲୋକର ପର୍ବ ଦୀପାବଳି ଅବସରରେ ଆସନ୍ତାକାଲି ବାଣଫୁଟା କାର୍ଯ୍ୟକ୍ରମକୁ ଧୁମ୍ ଧାମରେ ପାଳନ କରିବା ଲାଗି ପ୍ରସ୍ତୁତ ହୋଇ ସାରିଲେଣି । ଆସିକାର କଳିଙ୍ଗ ରୋଡ ଟୁଇନ୍ ରିଭର୍ ସ୍ମାର୍ଟପାର୍କ ନିକଟ ଓ ନଳବଣ୍ଟା ଗ୍ରାମର କିଛି ମିଟର ଦୂରରେ ଚଳିତବର୍ଷ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ବାଣ ଦୋକାନ ଖୋଲିଥିଲା ବେଳେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୋକାନୀମାନେ ବିଭିନ୍ନ କିସମର ସବୁଜ ବାଣ ମହଜୁଦ ରଖିଛନ୍ତି । ଦୀପାବଳିରେ ଚାରିଦିଗକୁ ଆଲୋକିତ କରି ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ବାର୍ତ୍ତା ଦେବା ପାଇଁ ଆସିକା ସହରବାସୀ ଦୀପାବଳି ପର୍ବକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ପ୍ରସ୍ତୁତି ଚଲାଇଥିବା ଲକ୍ଷ୍ୟ କରାଯାଇଛି । ଦୀପାବଳୀ ଅବସରରେ ଘରେ ଘରେ ପିଠାପଣାର ଆସର ଜମିଥାଏ ଏବଂ ଦୀପ ଲଗା ଯିବା ସାଙ୍ଗକୁ ବାଣ ଫୁଟା ଯାଇଥାଏ। ସନ୍ଧ୍ୟାରେ ପ୍ରତ୍ୟେକ ହିନ୍ଦୁ ସମ୍ପ୍ରଦାୟର ପରିବାରରେ କାଉଁରିଆ କାଠି, ସଳିତା ଓ ଆଖୁରେ ଅଗ୍ନିସଂଯୋଗ କରି ଆଲୋକ ଦେଖାଇ ପୂର୍ବପୁରୁଷ ମାନଙ୍କୁ ମନେ ପକାଇଥାନ୍ତି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ୨୫ରୁ ଉର୍ଦ୍ଧ୍ୱ ବାଣଦୋକାନ ଖୋଲିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି ବୋଲି ଆସିକା ଅଗ୍ନିଶମ ସେବାକେନ୍ଦ୍ରର ଅଧିକାରୀ ସନତ୍ ପ୍ରଧାନ ସୂଚନା ଦେଇଛନ୍ତି । ଦୀପାବଳୀ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କାଉଁରିଆ କାଠି, ଆଖୁ, ମାଟି ଦୀପ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ପର୍ବ ଆସିଲେ ବାଣର ଚାହିଦା ରହୁଥିବା ବେଳେ ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସିକାରେ ବାଣ ବ୍ୟବସାୟ ଜମିଥିବା ଲକ୍ଷ୍ୟ କରାଯାଇଛି । ଆଲୋକର ପର୍ବ ଦୀପାବଳୀକୁ ନେଇ ଅଧିକାଂଶ ବ୍ୟକ୍ତିଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଆସିକା ସହର ଚଳଚଂଚଳ ହୋଇଉଠିଛି । ଦୀପାବଳୀ ଉତ୍ସବରେ ଦୀପ ପ୍ରଜ୍ଜଳନ କରିବା ସହ ଆତସବାଜି ଫୁଟାଇବା ପରମ୍ପରା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସିକା ସହର ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ବାଣ ବିକ୍ରୀ କରିବା ଆରମ୍ଭ ହୋଇଯାଇଛି । ଆଲୋକର ପର୍ବ ଦୀପାବଳୀରେ ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପରେ ଝଲସି ଉଠିବ ଗାଁଠୁ ସହର ।


