୫୩ନମ୍ବର ଜାତୀୟ ରାଜପଥରେ ଦୂର୍ଗଟଣା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):୫୩ନମ୍ବର ଜାତୀୟ ରାଜପଥରରେ ଏକ ସଡକ ଦୂର୍ଘଟଣା ଘଟି ଏକ ହାଇୱା ଟ୍ରକର ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ସାଢେ ଦୁଇଟା ବେଳେ ଚଣ୍ଡିଖୋଲ ପଟୁ ପାରାଦୀପ ଯାଉଥିବା ଏକ ହାଇୱା ଟ୍ରକ ଜୁଇଦାସପୁର(କଣ୍ଟାପଦା) ନିକଟରେ ଭାରସାମ୍ୟ ହରାଇ ରାସ୍ତାର ମଝି ବାଡା ଭାଙ୍ଗି ତଳକୁ ଝୁଲି ରହିଛି। ସ୍ଥାନୀୟ ଲୋକମାନେ ଗାଡିର ଚାଳକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ମେଡିକାଲ ସୁତ୍ରରୁ ସୂଚନା ମିଳିଛି।


