ବାବା ଲୋକନାଥଙ୍କ ବାର୍ଷିକ ଉତ୍ସବ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭ ପୁର ପଞ୍ଚାୟତ ଅଧିନସ୍ଥ ଷୋଳଗାଁ ଠାରେ ବାବା ଲୋକନାଥଙ୍କ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଭାତରୁ ପୂଜା ଅର୍ଚନା,ଯଜ୍ଞକର୍ମ ଆଦି ସମାପନ ପରେ ମଧ୍ୟାହ୍ନରେ ପ୍ରସାଦ ସେବନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ସନ୍ଧ୍ୟାରେ ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀନାରାୟଣ ଭଜନ ସଂଧ୍ୟାର କଳାକାର ମାନଙ୍କ ଦ୍ଵାରା ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୀଳ୍ପି ମାନଙ୍କ ମଧ୍ୟରେ ଗୁରୁ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ,ମନୋଜ ଭୂୟାଁ,ରଶ୍ମିତା ରାଉତ,ଲକ୍ଷ୍ମୀଧର ସାହୁ ସରୋଜ ପଣ୍ଡା,ପ୍ରିୟବ୍ରତ ରାଉତ,ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଭକ୍ତିସଙ୍ଗୀତ ପରିବେଶଣ କରିଥିଲେ l ଏହି ଉତ୍ସବରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ବେତାମ୍ବର ମହାପାତ୍ର,ଶଶିକାନ୍ତ ଲେଙ୍କା,ରାମଚନ୍ଦ୍ର ଲେଙ୍କା,ବଳରାମ ଜେନା,ଧନେଶ୍ଵର ସାହୁ, ବିଦ୍ୟାଧର ଲେଙ୍କା, ରାଜେନ୍ଦ୍ର ଖୁଣ୍ଟିଆ,ସୁବାସ ଲେଙ୍କା,ଆର୍ତ୍ତ ଭଞ୍ଜନ ତ୍ରିପାଠୀ, କ୍ଷୀରୋଦ ଜେନା ପ୍ରମୁଖ ଯୋଗ ଦେଇଥିଲେ।


