ମା ଜଗଦ୍ଧାତ୍ରୀଙ୍କ ପୂଜା ମହାସମାରୋହରେ ପାଳିତ

ରାଇରଙ୍ଗପୁର,(ୱାଇଏନଏସ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ଛକ ନିକଟରେ ଥିବା ପଡିଆଠାରେ ୧୯୮୨ ମସିହାରୁ ଚିରାଚରିତ ଭାବେ ଚାଲିଆସୁଥିବା ମା ଜଗଦ୍ଧାତ୍ରୀ ପୂଜା ମହାଆଡମ୍ବର ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଆସୁଅଛି l ଏଥିରେ ମୁଖ୍ଯ ପୁରୋହିତ ଜନରଂଜନ ଦାଶ, ସହଯୋଗୀ ଶଙ୍କର ହୋତା ଓ ଅଶୋକ ବାରିକଙ୍କ ବେଦ ମନ୍ତ୍ର ଓ ସ୍ତୁତିରେ ମାଙ୍କ ମେଢ ପରିସର ଆଧ୍ଯାତ୍ମିକ ପରିବେଶ ସୁଷ୍ଟି ହୋଇଥିଲା lଗତ ୧୬ ତାରିଖ ବିଲ୍ବବରଣ, ଚକ୍ଷୁଦାନ, ମହାସ୍ନାନ, ଚଣ୍ଡିପାଠ, ହୋମ ଓ ଆରତୀ ହୋଇଥିଲା ବେଳେ ଆଜି ୧୭ ତାରିଖ ମହାଅଷ୍ଟମୀ ପୂଜା, ମହାସ୍ନାନ, ଉପଚାର ପୂଜା, ଚଣ୍ଡିପାଠ, ହୋମ ଓ ଆରତୀ ହୋଇଥିଲା l ଆସନ୍ତାକାଲି ୧୮ ତାରିଖ ଅଳାଁ ନବମୀରେ ନବମୀ ବିହିତ ପୂଜା, ମହାସ୍ନାନ, ଉପଚାର ପୂଜା, ଚଣ୍ଡିପାଠ, ଆରତୀ ହେବାକୁ ଥିଲା ବେଳେ ତହିପରଦିନ ୧୯ ତାରିଖ ଦଶମୀ ବିହିତ ପୂଜା, ଅପରାଜିତା ପୂଜା ପରେ ବିସର୍ଜନ ପୂଜା ସମ୍ପନ୍ନ ହେବ l ଏଥିରେ କର୍ତ୍ତାକର୍ତ୍ତୀ ଭାବେ ମନୋମଥ ମହାପାତ୍ର ଓ ବବିତା ମହାପାତ୍ର ମା ଙ୍କ ନିକଟରେ ବସି ଯଥାବିଧି ରିତିନୀତି ଅନୁଯାୟୀ ପୂଜାକାର୍ଯ୍ଯ ତ୍ବରାନିତ ହୋଇଥିଲା l ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ସାଉଣ୍ଡ ଡେକୋରେସନ ରେ ଶୋଭା ଦ୍ବିଗୁଣିତ ହୋଇଥିଲା l ଉକ୍ତ ପୂଜାକର୍ମକାଣ୍ଡରେ କମିଟୀର ସଭାପତି ବିଶ୍ବଜିତ ପଣ୍ଡାଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କ ପରିଚାଳନାରେ ସୁଚାରୂଭାବେ ସମ୍ପାଦିତ ହୋଇଥିଲା l ଶ୍ରଦ୍ଧାଳୁ ଗଣ ବହୁ ସଂଖ୍ଯାରେ ମାଙ୍କ ନିକଟକୁ ଆସି ନିଜର ଶୁଭାଶିଷ କାମନା କରିବା ସହିତ ପରିବାରବର୍ଗର ମଙ୍ଗଳ କାମନା କରିଥିଲେ l କମିଟୀ ପକ୍ଷରୁ ଭକ୍ତମାନଙ୍କୁ କମିଟୀ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ