ଗୋବିନ୍ଦପୁରରେ କାର୍ତ୍ତିକେଶ୍ୱର ପୂଜା ଉତ୍ସବ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପୋଇତଳିଆ ଗ୍ରାମରେ ମଙ୍ଗଳବାର ଠାରୁ ୩ ଦିନ ଧରି ଅନୁଷ୍ଠିତ କାର୍ତ୍ତିକେଶ୍ୱରଙ୍କ ପୂଜା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଗ୍ରାମର ମହେନ୍ଦ୍ର ଦାସଙ୍କ ପରିବାରରେ ଏହି ପୂଜା ପ୍ରାୟ ଦେଢ ଶହ ବର୍ଷ ଧରି ପୁରୁଷାନୁକ୍ରମେ ଅନୁଷ୍ଠିତ ହୋଇ ଆସୁଛି । ପ୍ରାରମ୍ଭରେ ନିକଟସ୍ଥ ପୁଷ୍କରିଣୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅକ୍ଷୟ ନାରାୟଣ ଦାସ ଓ ତାଙ୍କ ପତ୍ନୀ ସରସ୍ୱତୀ ଦାସ କର୍ତ୍ତା ଭାବେ ଦାୟୀତ୍ୱ ତୁଲାଇଥିଲେ। ପୂଜକ ସୁରେନ୍ଦ୍ର ପାଢୀ ଓ ବିକ୍ରମ ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ରୀତିନୀତି ଅନୁଯାୟୀ କାର୍ତ୍ତିକେଶ୍ୱରଙ୍କ ସହ ପାଶ୍ୱର୍ ଦେବାଦେବୀ ମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଶିଳ୍ପୀ ପଦ୍ମନାଭ ପଲେଇଙ୍କ ଦ୍ୱାରା ନିର୍ମିତ ମୃଣ୍ମୟୀ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା । ଉତ୍ସବରେ ଗୋବିନ୍ଦପୁର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ