ବନ୍ୟାବିପନ୍ନଙ୍କୁ ସତ୍ୟସାଇ ସେବା ସମିତିର ସହାୟତାର ହାତ
ଆସିକା (ୱାଇଏନ୍ଏସ୍) : ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଯେଉଁଠି ଛଡାଇ ନେଇଛି ହସ ଓ ଆନନ୍ଦ ସେଠାରେ ପୁଣି ଖୁସି ଫେରାଇ ଆଣିବାକୁ ଆଗେଇ ଆସିଛି ସତ୍ୟସାଇ ସେବା ସମିତି ଗଞ୍ଜାମ-୨ ସଂଗଠନ । ଆସିକା ପୌର ପରିଷଦ ଅଧିନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ନିକଟସ୍ଥ ବନ୍ୟାବିପନ୍ନଙ୍କ ଦୁଃଖରେ ସହଭାଗୀ ହୋଇ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସତ୍ୟାସାଇ ସେବା ସମିତି ଗଞ୍ଜାମ-୨ ଯେଉଁ ମାନବିକତା ଏବଂ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଗ୍ରହଣ କରିଛି ତାହାକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଳୟଙ୍କରୀ ବନ୍ୟାର ପରବର୍ତ୍ତୀ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସତ୍ୟସାଇ ସେବା ସମିତି ଗଞ୍ଜାମ-୨ ଜନସେବା ମନୋଭାବର ପରିଚୟ ଦେଖାଇଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧିନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଅଞ୍ଚଳର କାଳୀମୁଖୀ ସାହିର ବନ୍ୟାବିପନ୍ନ ପରିବାରବର୍ଗ ଅସମୟ ଓ ଦୁଃଖ ଏବଂ ବିପଦ ସମୟରେ ସହାୟତାର ହାତ ବଢାଇ ସତ୍ୟାସାଇ ସେବା ସମିତି ଗଞ୍ଜାମ-୨ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ଭଗବାନ ସତ୍ୟସାଇ ବାବାଙ୍କ ଶ୍ରଦ୍ଧାଳୁ ଭକ୍ତ ମନୋଜ କୁମାର ଦାଶ, ସନ୍ତୋଷ କୁମାର ସେଠୀ, ଧନଞ୍ଜୟ ମହାପାତ୍ର, ଶିବ ନାହାକ, ରୁବିରାଣୀ ରଥଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ବନ୍ୟା ପ୍ରଭାବିତ ୧୩ ନମ୍ବର ୱାର୍ଡର କାଳୀମୁଖୀ ସାହିରେ ପହଞ୍ଚି ପ୍ରପୀଡିତ ପରିବାରଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧିନସ୍ଥ କାଳୀମୁଖୀ ସାହିରେ ବନ୍ୟାବପନ୍ନଙ୍କ ପାଖରେ ପହଞ୍ଚି ସତ୍ୟାସାଇ ସେବା ସମିତି ଗଞ୍ଜାମ-୨ ଅଧୀନସ୍ଥ ଆସିକା ସତ୍ୟସାଇ ସେବା ସମିତିର ଶ୍ରଦ୍ଧାଳୁ ଭକ୍ତମାନେ ଯେଉଁ ମାନବିକତାର ପରିଚୟ ଦେଖାଇଛନ୍ତି ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।


