ଆଜି ବିଶ୍ୱ ଶୌଚାଳୟ ଦିବସ
ଆସିକା (ୱାଇଏନ୍ଏସ୍) : ବିଶ୍ୱବ୍ୟାପୀ ପରିମଳ ସଂକଟ ଦୂର କରିବା ଏବଂ ସମସ୍ତଙ୍କ ପାଇଁ ନିରାପଦ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୯ ତାରିଥରେ ହୋଇଥାଏ ପାଳିତ ହୋଇଥାଏ ବିଶ୍ୱ ଶୌଚାଳୟ ଦିବସ । ବିଶ୍ୱ ଶୌଚାଳୟ ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ପରିମଳ ନୀରିକ୍ଷକ ଅମିତ୍ କୁମାର ଦାଶ ସୂଚନା ଦେଇ କହିଛନ୍ତି ଯେ ସ୍ୱାସ୍ଥ୍ୟର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ସଦାସର୍ବଦା ଶୌଚାଳୟ ବ୍ୟବହାର କରିବା ଏବଂ ଖୋଲାସ୍ଥାନରେ ମଳତ୍ୟାଗ ନକରିବା ସାଙ୍ଗକୁ ନିରାପଦ ପରିମଳ ସେବା ମାଧ୍ୟମରେ ହଇଜା, ଡାଇରିଆ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ନିତାନ୍ତ ଆବଶ୍ୟକ ।


