ଇନ୍ଦ୍ରଗଡ଼ ପଞ୍ଚାୟତକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗସ୍ତ

ରାଇକିଆ, (ଆଦିତ୍ୟ ପ୍ରସାଦ ପାଢୀ): ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବିଜୟ ଅମୃତ କୁଲାଙ୍ଗେ ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାରେ ଚାଲିଥିବା ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିଛନ୍ତି । ଏହି ଗସ୍ତ ସମୟରେ କମିଶନରଙ୍କ ସହ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ରାଇକିଆ ତହସିଲଦାର ବାରିଆଲ ମୁର୍ମୁ, ରାଇକିଆ ବିଡିଓ ଡଃ. ସବ୍ୟସାଚୀ ସାହୁ ଏବଂ ପୋଲିସ ଏସଆଇ ତପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଏପିଓ , ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷାରେ ସାମିଲ ହୋଇଥିଲେ। ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏହି ଦଳ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବା ସହ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସରକାରୀ ସହାୟତା ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ସହ ସମସ୍ତ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଆରଡିସି ଶ୍ରୀ କୁଲାଙ୍ଗେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ