କର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରଗତି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : କେରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ ମହାଜନ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକର୍ମ ରେ କୃଷି ଓ ଖାଦ୍ୟ ବ୍ୟବସ୍ଥାରେ ସ୍ଥାୟୀ ତଥା ଗୁଣାତ୍ମକ ପରିବର୍ତ୍ତନ ଆଣିବା ସହ ଚାଷୀଙ୍କ ଜୀବନଜୀବିକାକୁ ଅଧିକ ସମୃଦ୍ଧ କରିବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ ନିଆଯାଇଛି। କୃଷି କ୍ଷେତ୍ରରେ କାର୍ଯ୍ୟରତ ସମ୍ପ୍ରସାରଣ କର୍ମୀଙ୍କ ଜ୍ଞାନ, ଦକ୍ଷତା ଓ କାର୍ଯ୍ୟକ୍ଷମତାର ପରିଧିକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, କୋରାପୁଟ ଏବଂ ପ୍ରଗତି, କୋରାପୁଟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ମିଳିତ ପ୍ରୟାସ କେବଳ କର୍ମୀଙ୍କ ଦକ୍ଷତା ବିକାଶରେ ସୀମିତ ନ ରହି କୃଷି ଓ ଖାଦ୍ୟ ବ୍ୟବସ୍ଥାର ସାମଗ୍ରିକ ଉନ୍ନତି ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ଗଢ଼ିବାରେ ସହାୟକ ହେବ। ଏହା ଅଧୀନରେ ସମ୍ପ୍ରସାରଣ କର୍ମୀମାନଙ୍କୁ ଆବଶ୍ୟକ ଜ୍ଞାନ, ଆଧୁନିକ କୌଶଳ ଓ ବ୍ୟବହାରିକ ଅଭିଜ୍ଞତାରେ ସମୃଦ୍ଧ କରାଯିବ। ଫଳରେ କୃଷି ସମ୍ପର୍କିତ ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଚାଷୀଙ୍କୁ ଅଧିକ ଫଳପ୍ରଦ ପରାମର୍ଶ ଓ ସହଯୋଗ ଯୋଗାଇବା ସମ୍ଭବ ହୋଇପାରିବ। କୃଷିର ଉନ୍ନତି କେବଳ ଉତ୍ପାଦନ ବୃଦ୍ଧିରେ ସୀମିତ ନୁହେଁ; ବରଂ ଏହା ସହ ଜଡ଼ିତ ପ୍ରତ୍ୟେକ ବ୍ୟବସ୍ଥାର ସୁଚାରୁ ପରିଚାଳନା ଓ ଦକ୍ଷ ମାନବ ସମ୍ବଳର ବିକାଶ ମଧ୍ୟ ସମାନ ଗୁରୁତ୍ୱ ବହନ କରେ। ଏହି ଦୃଷ୍ଟିକୋଣରୁ ଜିଲ୍ଲା ପ୍ରଶାସନ ଓ ପ୍ରଗତିର ଏହି ସହଭାଗିତା କୋରାପୁଟର କୃଷିଭିତ୍ତିକ ବିକାଶକୁ ନୂତନ ଗତି ଦେବା ସହ ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଦୀର୍ଘମିଆଦୀ ସୁଫଳ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ