ସମ୍ପର୍କୀୟା ନାବାଳିକା ଭଉଣୀଙ୍କୁ ଗର୍ଭବତୀ କରି ଭାଇ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି. ଚକଲୋଟ ପ୍ରଲୋଭନ ଦେଖାଇ ସମ୍ପର୍କୀୟା ନାବାଳିକା ଭଉଣୀଙ୍କୁ ଗର୍ଭବତୀ କରି ଭାଇ ଗିରଫ ହୋଇଥିବା ସୂଚନା ମିଳିଛି. ଏହି ଘଟଣାଟି ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ଘଟିଛି. ଜଣେ ୧୬ ବର୍ଷୀୟା ନାବାଳିକା ଭଉଣୀକୁ ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ଜଣେ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗଙ୍ଗାବାଡ଼ ଗ୍ରାମର ସମ୍ବରା ଧାଙ୍ଗଡ଼ାଭୂୟାଁ (୨୩) ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସମ୍ବରା ନିଜ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଚକଲୋଟ ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହୋଇଥିଲେ । ଏ ସମ୍ପର୍କରେ ପୀଡ଼ିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଘଟଣାଟି ପଦାକୁ ଆସିଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ଗତକାଲି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇଛି । ନାବାଳିକାଙ୍କୁ ଶିଶୁ ସୁରକ୍ଷା ୟୁନିଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତ ସମ୍ବରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ