ଜିଲ୍ଲାସ୍ତରୀୟ ମହତାବ ଜୟନ୍ତୀ
ବନ୍ତ ,(ଚାନ୍ଦିନୀ ମହାନ୍ତି): ନବଉତ୍କଳର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଥିଲେ ବିକଶିତ ଓଡ଼ିଶାର ଅନ୍ତରାତ୍ମା। ୧୮୯୯ ମସିହା ନଭେମ୍ବର ୨୧ତାରିଖରେ ଆଗରପଡ଼ା ରାଜବାଟୀରେ ଜନ୍ମଗ୍ରହଣ କରି ଶୈଶବରୁ ରାଜଗାଦିର ଭତ୍ତରାଧିକାରୀ ହୋଇ ସହସ୍ର ମୁଖରେ ସେ ରାଜା ଭାବେ ସମ୍ମାନୀତ ହୋଇଥିଲେ । ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ପରିଚାଳନାରେ ତାଙ୍କର ଅସାଧାରଣ ଦକ୍ଷତା ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ ସମଗ୍ର ଭାରତ ବର୍ଷରେ ଗୌରବାନ୍ୱିତ କରିଥିଲା ବୋଲି ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନା ଯୋଗଦେଇ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଆୟୋଜିତ ଡ. ହରେକୃଷ୍ଣ ମହତାବଙ୍କ ୧୨୭ ତମ ଜୟନ୍ତୀ ମହାତ୍ସବରେ କହିଥିଲେ।କମିଟିର ସଭାପତି ହାଇକୋର୍ଟର ଆଇନଜିବୀ ମନୋଜ ରାୟଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଭଦ୍ରକ ଜେଲ ଅଧିକ୍ଷକ ବିକାଶ କୁମାର ସେଠୀ, ସମ୍ମାନୀତ ଅତିଥି ଧାମନଗର ଏସଡିପିଓ ବିଷ୍ଣୁଚରଣ ବାରିକ, ହାଇକୋର୍ଟର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ, ଡା ପୃଥିରାଜ ପଣ୍ଡା,ବିଜେପି ନେତା ତପନ ସିଂହ ପ୍ରମୁଖ ଯୋଗଦେଇ ଗଡଜାତ ମାନଙ୍କରୁ ଅନ୍ଧାରୀ ଶାସନ ଲୋପ କରିବାରେ ଡ. ମହତାବଙ୍କ ଭୂମିକା ଥିଲା ଅତିବ ପ୍ରଶଂସନୀୟ ବୋଲି କରିଥିଲେ ।କମିଟିର ଉପସଭାପତି ପ୍ରଫୁଲ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ମଞ୍ଚ ସଂଚାଳନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ କମିଟିର ସହ ସମ୍ପାଦକ ନୃଶିଂହ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ମହତାବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଡ. ମହତାବ ଓ ତାଙ୍କ ସହ ଧର୍ମିଣୀ ସୁଭଦ୍ରା ମହତାବଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଜଣାଇଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପୂର୍ବତନ ସରପଞ୍ଚ ରବିନ୍ଦ୍ର ପଣ୍ଡା, ସମାଜସେବୀ ଗଂଗାଧର ରାଉତ, ଆଡଭୋକେଟ ଦେବାଶିଷ ସାମଲ, ଅଧ୍ୟାପକ ଡ. ହରିହର ଦାସ, ଅବସର ପ୍ରାପ୍ତ କିରାଣୀ ଅଭିମନ୍ୟୁ ରାଉତ, କବିଅକ୍ଷୟ ରାଉତ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ ଅତିଥି। ଦିବସ ବ୍ୟାପୀ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ତୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କମିଟିର କୋଷାଧକ୍ଷ ତପନ ପୃଷ୍ଠି , ଦିପ୍ତୀ ରଞ୍ଜନ ସାମଲ, ବାବୁରାମ ବେହେରା, ଧରଣୀ ଧର ପୁହାଣ, ତାପସ ନନ୍ଦ, ନିରଞ୍ଜନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


