ଜାତୀୟ ପଲସ ପୋଲିଓ ଟୀକାକାରଣ ଦିବସ

ବାଲେଶ୍ଵର,(ସରୋଜ ପଣ୍ଡା): ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସକାଳ ୮ ଘଟିକା ସମୟରେ ଜିଲ୍ଲା ଟିକା କରଣ କେନ୍ଦ୍ର  କକ୍ଷରେ  ଜିଲ୍ଲାପାଳ ଶ୍ରୀଯୁକ୍ତ  ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧକ୍ଷ୍ୟତାରେ ପୋଲିଓ ଟିକାକରଣର  ଶୁଭ ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା। ଚଳିତ ବର୍ଷର  ବିଷବସ୍ତୁ – ଦୁଇ ବୁନ୍ଦା ପ୍ରତେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର।  ଉକ୍ତ ସମାରୋହ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ  ସୂର୍ଯ୍ୟବଂଶୀ ମୟୂର ବିକାଶ ମହୋଦୟ  ଉପସ୍ଥିତ ରହି ପିଲାଙ୍କୁ ପୋଲିଓ ଦୁଇ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ। ଡାକ୍ତର ଅମୁଲ୍ୟ କୁମାର ଦାସ (ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ),ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ଗିରିଜା ଶଙ୍କର ଦାସ,ଡାକ୍ତର ସଂଜୀବ ପ୍ରଧାନ,  ଚକ୍ରଧର ଜେନା, ଜିତେନ୍ଦ୍ର ବିଶ୍ୱାଳ,ବିଶ୍ୱ ରଞ୍ଜନ ନାୟକ,ପ୍ରଦୀପ କୁମାର ସାହୁ, ରଞ୍ଜନ ମହନ୍ତ, ସାସ୍ୱତୀ ମିଶ୍ର, ନୂତନ ପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୨୨ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ତଥା ନଭେମ୍ବର ୨୨ ତାରିଖରେ ସମଗ୍ର ଜିଲ୍ଲାରେ ୨୦୭୮୦୭ ଜଣ ଜନ୍ମରୁ ୫ ବର୍ଷ ପିଲାଙ୍କୁ ୧୦୬୩ ଟି ଟୀକା କରଣ କେନ୍ଦ୍ର, ୪୬ ଗୋଟି ଟ୍ରାଞ୍ଜିଟ ଦଳ ଏବଂ ୨୩ ଗୋଟି ଭ୍ରାମ୍ୟ ମାଣ ଦଳ ଜରିଆରେ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ ଧାର୍ଯ୍ୟ କରା ଯାଇଛି। ଏଥି ନିମନ୍ତେ ୪୩୯୦ ଜଣ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ସ୍ବେଛାସେବୀ ୨୧୯ ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ପରବର୍ତୀ ଦୁଇ ଦିନ ଅର୍ଥାତ ନଭେମ୍ବର ୨୩ ଓ ୨୪ ତାରିଖ ଦିନ ୪୯୮୨୬୩ ଘରକୁ ପରିଦର୍ଶନ କରି ସମସ୍ତ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ ରଖା ଯାଇଛି।  ଆଜି ନଭେମ୍ବର ୨୨ ତାରିଖ ଶେଷ ସୁଦ୍ଧା ସମଗ୍ର ଜିଲ୍ଲାରେ ୧୮୨୮୭୧(୮୮%) ଜଣ ପିଲାଙ୍କୁ  ପୋଲିଓ ବୁନ୍ଦା ଖୁଆ ଯାଇଛି। ଅବଶିଷ୍ଟ ପିଲାଙ୍କୁ ଆସନ୍ତା ଦୁଇ ଦିନରେ ଘରକୁ ଘର ବୁଲି ଦିଆଯିବାର ବ୍ୟବସ୍ଥା ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ