ପୋଲିସ ଦ୍ୱାରା ୯୮୮ଟି ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା ଚାଷ ହେଉଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛକୁ କାଟିବା ସହ ସେଗୁଡ଼କୁ ନଷ୍ଟ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ରାୟଗଡା ଏସପି ରାଜ ପ୍ରସାଦ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏକ ପୋଲିସ ଟିମ ଗଠନ କରି ମୁନିଗୁଡା ଥାନା ଅଧିକାରୀ ଲଳିତ ମହୋନ ସାଗରଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଭାବେ ଚନ୍ଦ୍ରପୁର ତହସିଲଦାର,ଏସଆଇ ଉର୍ମିଳା ସେଠି,ହାବିଲଦାର କେ.ପି.ମୁଦୁଲି, କେ.ନାୟକ, ଏସ.କେ.ଶବର,ପି.ରାହୁଳ ପ୍ରମୁଖଙ୍କ ସମେତ ଅବକାରୀ ବିଭାଗ,କୃଷି ବିଭାଗ,ବନ ବିଭାଗ, ରାଜସ୍ବ ବିଭାଗ ପ୍ରମୁଖ ଉପସ୍ଥିତ ରହି ମୁନିଗୁଡା ଥାନାର ଡାଙ୍ଗସୋରଡ଼ା ଫାଣ୍ଡି ତଥା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମରେ ୦.୯୮ ଏକର ଜମିରେ ଚାଷ ହେଉଥିବା ବେଳେ ସେଥିରେ ଥିବା ୯୮୮ଟି ଗଛ ଗୁଡିକୁ କାଟିବା ସହ ସେହି ସବୁ ଗଛକୁ ନଷ୍ଟ କରାଯାଇଛି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଥିବା ବୋରିଖାଲ ଗ୍ରାମର ଦାସ କୁମୁରିକା (୩୦) କୁ ଗିରଫ କରାଯିବ ସହ କେଶ ନମ୍ବର ୩୨୬/୨୬ ଏନଣ୍ଡିପିଏସ ଆକ୍ଟ ଅନୁଯାୟୀ ଅଣ୍ଡର ସେକ୍ସନ ୨୦(a)(i) ରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରାଯାଇଛି ବୋଲି ମୁନିଗୁଡା ଥାନା ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରାଜ ପ୍ରସାଦ ସୂଚନା ଦେବା ସହ ଜିଲ୍ଲା ପୁଲିସ ଓ ପ୍ରଶାସନ ସହାୟତାରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୂଲ୍ୟ ଭିତ୍ତିକ ଚାଷ କରିବାକୁ ସଚେତନତା କରାଯାଉଛି ଏବଂ ଏହାର ଲାଭ ଉଠାଇବାକୁ ପୋଲିସ ପ୍ରଶାସନ ତରଫରୁ ଅପିଲ କରିଛନ୍ତି।


