ଗୀତାଞ୍ଜଳି ରେଷ୍ଟୁରାଣ୍ଟ ମରାମତି କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କୋଣାର୍କ (ଓ୍ବାଇଏନଏସ) : କୋଣାର୍କସ୍ଥିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଦ୍ୱାରା ପରିଚାଳିତ ଗୀତାଞ୍ଜଳି ରେଷ୍ଟୁରାଣ୍ଟର ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ୨୦୨୫ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ନିମ୍ନମାନର ବାଲି, ସିମେଣ୍ଟ, ଲୁହା ରଡ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏପରିକି ପୁରୁଣା ପ୍ରାଚୀର ଓ ପିଲରକୁ ଆବଶ୍ୟକ ଅନୁଯାୟୀ ଭାଙ୍ଗିବା ପରିବର୍ତ୍ତେ ପୁନର୍ବାର ବ୍ୟବହାର କରାଯାଉଥିବା ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିୟମିତ କାର୍ଯ୍ୟସ୍ଥଳକୁ ଆସି ତଦାରଖ କରୁନଥିବା ଅଭିଯୋଗ ହୋଇଛି। ଫଳରେ କାର୍ଯ୍ୟର ମାନ ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।କୋଣାର୍କ ଭଳି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ସରକାରୀ ଅର୍ଥରେ ଚାଲିଥିବା ଏହି ପ୍ରକଳ୍ପର ନିର୍ମାଣ ମାନ, ବ୍ୟବହୃତ ସାମଗ୍ରୀ ଓ ଖର୍ଚ୍ଚର ସ୍ୱଚ୍ଛତା ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ ଦ୍ୱାରା ନିରପେକ୍ଷ ତଦନ୍ତ କରାଇବାକୁ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ