ବିଜ୍ଞାନ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ
ପୋଲସରା, (ଅନୀଲ କୁମାର ମହାରଣା): ଭାରତରେ ପ୍ରତିବର୍ଷ ନଭେମ୍ବର ମାସର ଚତୁର୍ଥ ରବିବାର ଦିନ “ଏନ୍ ସି ସି ଦିବସ” (National Cadet Corps Day) ପାଳନ କରାଯାଏ। ୨୦୨୬ ମସିହାରେ ଏହା ନଭେମ୍ବର ୨୨ ତାରିଖ ଚତୁର୍ଥ ରବିବାର ଦିନ ୭୯ ତମ “ଏନ୍ ସି ସି ଦିବସ” ପାଳିତ ହୋଇଯାଇଛି।୧୯୪୮ ମସିହା ନଭେମ୍ବର ମାସର ଚତୁର୍ଥ ରବିବାର ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଦିଲ୍ଲୀଠାରେ ପ୍ରଥମ ଏନ୍ ସି ସି (NCC) ୟୁନିଟ୍ର ଶୁଭାରମ୍ଭ କରିଥିଲେ। ସେହି ଐତିହାସିକ ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସ ଚତୁର୍ଥ ରବିବାର ଦିନ ଏହି ଦିବସ ପାଳନ କରାଯାଏ। ଏନ୍ ସି ସିର ମୂଳମନ୍ତ୍ର ହେଉଛି “ଏକତା ଏବଂ ଅନୁଶାସନ”। ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ, ଦେଶପ୍ରେମ ଏବଂ ନିଃସ୍ୱାର୍ଥପର ସମାଜସେବାର ଭାବନା ଜାଗ୍ରତ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ବିଶ୍ୱର ସର୍ବବୃହତ ୟୁନିଫର୍ମଧାରୀ ଯୁବ ସଂଗଠନ ଭାବେ ଏନ୍ ସି ସି ପରିଚିତ। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନ୍ ସି ସି ଅଫିସର ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ତତତ୍ଵାବଧାନରେ ଅନୁଷ୍ଠିତ “ଏନ୍ ସି ସି ଦିବସ”ରେ ମହାବିଦ୍ୟାଳୟର ପ୍ରଫେସର ରୁଦ୍ର ପ୍ରସାଦ ଗୌଡ ଏନ୍ ସି ସି ପତାକା ଉତ୍ତୋଳନ କରିଥିଲେ। ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ ନେତୃତ୍ୱ ରେ ଏନସିସି କ୍ୟାଡେଟ୍ମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସଚେତନା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।କ୍ୟାଡେଟମାନେ ନିଜର ପ୍ରତିଭା, ସୃଜନଶୀଳ ଓ ଦେଶପ୍ରେମୀ ଭାବନାକୁ ପ୍ରଦର୍ଶନ କରିଥିଲେ ।


