ଯୁବତୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ପରିବାର

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଚଷାଖଣ୍ଡ ଗ୍ରାମରୁ ଜଣେ ୨୨ ବର୍ଷୀୟ ଯୁବତୀ ନିଖୋଜ ହୋଇଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବତୀଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ଲୋକେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ଗତକାଲି ରାତିରେ ପରିବାର ସଦସ୍ୟଙ୍କ ସହ ଖାଇପିଇ ନିଜ ଶୋଇବା ଘରେ ଶୋଇଥିଲେ। ତେବେ ରାତି ପ୍ରାୟ ୨ଟା ସମୟରେ ପରିବାର ଲୋକେ ଉଠି ଦେଖିବା ବେଳକୁ ଶୋଇବା ଘରେ ଯୁବତୀ ନଥିଲେ। ଏହାପରେ ପରିବାର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଶେଷରେ ନିରାଶ ହୋଇ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଥାନା କେସ୍ ନଂ ୮୯/୨୦୨୬ରେ ମାମଲା ରୁଜୁ କରି ଯୁବତୀଙ୍କ ସନ୍ଧାନ ପାଇଁ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ