ଡିଆ ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ରଥ କାର୍ଯ୍ୟ ଆଗେଇ ଚାଲିଛି
ନିରାକାରପୁର (ଯୁଗାଦ୍ଧ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଡିଆ ପଞ୍ଚାୟତ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରଥକାର୍ଯ୍ୟ ଆଗେଇ ଚାଲିଛି । ଗତ ଦୋଳପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଏହି ରଥ କାର୍ଯର୍୍ୟକୁ ରାମେଶ୍ୱର ପଞ୍ଚାୟତ ମଧୁବନ ଗ୍ରାମର ମୁଖ୍ୟ ମହାରଣା ଦ୍ୱିଜବର ମହାରଣାଙ୍କ ତତ୍ତ୍ୱାବଧାନରେ ବିଶ୍ୱକର୍ମାମାନେ ଲାଗିଛନ୍ତି । ଆସନ୍ତା ସୋମବାର ସୁଦ୍ଧା ରଥର ନାହାକ ସଂଯୋଗ କରାଯିବ ବୋଲି ମୁଖ୍ୟ ମହାରଣା ପ୍ରକାଶ କରିଛନ୍ତି । ପ୍ରକାଶଥାଉ କି ପବିତ୍ର ଅଶୋକାଷ୍ଟମୀ ଦିନ ପ୍ରଭୁ କପିଳେଶ୍ୱର ଦେବ ଆରେଡି ଗ୍ରାମର ବଡ଼ଭାଇ ଗ୍ରାମେଶ୍ୱର ଦେବ ଓ ମାତା ପାର୍ବତୀ ଉକ୍ତ ରଥାରୁଢ ହୋଇ ଡିଆ ଗୁଣ୍ଡିଚା ଘରକୁ ଯାଇ ଅବସ୍ଥାନ କରିବେ । ପୁନର୍ବାର ୫ ଦିନ ପରେ ବାହୁଡ଼ା ଅବସରରେ ନିଶାର୍ଦ୍ଧ ରାତିରେ ବିଲଗହିର ମଧ୍ୟରେ ଠାକୁର ବାଣପଡ଼ିଆ ପର୍ଯ୍ୟନ୍ତ ଯାଇ ପହଞ୍ଚିଲା ପରେ ଡିଆ ୪ସାହିର ଲୋକମାନେ ଆତସବାଜି ପ୍ରଦର୍ଶନ କରନ୍ତି । ତାପର ଦିନ ଠାକୁରମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଚଳିତବର୍ଷ ଯାତ୍ରା ସୂଚାରୁ ରୂପେ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।