ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳର ଗଁଦିଆ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ହାଇୱା ଓ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଛି। ହାଇୱା ବାଇକକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମୃତକ ଜଣକ ଏପିଆର ଜଣେ କନଷ୍ଟେବଲ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।