ପୁରୀରେ ରୋଡ଼ ଶୋ କରିବେ ଅମିତ

୨୦୧୯ ସାଧାରଣ ନିର୍ବାଚନ ମତଦାନ ହାତଗଣତି ଦିନ ବାକି ରହିଲା । ଓଡ଼ିଶାରେ ବିଜେପିର ପ୍ରଚାର ଜୋର ଧରିବାରେ ଲାଗିଛି । କାଲି ପୁଣି ବିଜେପି ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବା କାର‌୍ୟ୍ୟକ୍ରମ ରହିଛି ।

ସାଧାରଣ ନିର୍ବାଚନ ପାଇଁ ନେତାଙ୍କ ପ୍ରଚାର ସରଗରମ ହୋଇଛି । ବିଜେପି ଅଧ୍ୟକ୍ଷ ଅମିତ ଶାହା ନିକଟରେ ଅନେକ ଥର ଓଡ଼ିଶା ଆସି ନିଜ ଉଦବୋଧନ ଦେଉଛନ୍ତି । ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ କାଲି ପୁଣି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କରିବେ । ଅମିତ ଶାହା କାଲି ପୁରୀ ବଡ଼ଦାଣ୍ଡରୁ ବାହାରି ମାଉସୀ ମାଁ ମନ୍ଦିର ଯାଏଁ ହେଉଥିବା ରୋଡ଼ ଶୋ’ରେ ଯୋଗ ଦେବା କାର‌୍ୟ୍ୟକ୍ରମ ରହିଛି । ଆସନ୍ତା ୧୫ କିମ୍ବା ୧୬ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସିବେ ଭୁବନେଶ୍ୱରରେ ଆୟୋଜିତ ଏକ ସଭାରେ । ମୋଦୀ ଯୋଗଦେବା କାର‌୍ୟ୍ୟକ୍ରମ ରହିଛି । ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ