ମହାକାଳପଡା ବିକାଶ ମଂଚର ମିଳିତ ବୈଠକ

କେନ୍ଦ୍ରାପଡା – ଜିଲ୍ଲାର ମହାକାଳପଡା ବିକାଶ ମଂଚ ଓ ଶ୍ରୀ ଜଗନ୍ନାଥ ସେବା ସମିତିର ମିଳିତ ଆନୁକୁଲ୍ୟରେ ନୂତନ ବର୍ଷକୁ ସ୍ୱାଗତ କରି ଏକ ବନ୍ଧୁ ମିଳନ ପର୍ବ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ମଥୁରୀ ଚରଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ତଥା ବିଶିଷ୍ଟ ପରିବେଶବୀତ କାଶୀନାଥ ରାଉତରାୟ ସ୍ୱାଗତ ଭାଷଣ ମାଧ୍ୟମରେ ନୂତନ ବର୍ଷର ଶୁଭକାମନା ଜ୍ଞାପନ କରିଥିଲେ । ସମ୍ପାଦକ ବିଚିତ୍ରାନନ୍ଦ ବାରିକ ପୂର୍ବ ସଭାର ବିବରଣୀ ପାଠ କରିବା ପରେ ସଭାପତି ଶାରଦା ପ୍ରସାଦ ଚୈାଧୁରୀ, ଶିକ୍ଷାବୀତ କେଶବ ଚରଣ ପରମାଣିକ, ପ୍ରଦୀପ ଦାସ, ଅପୂର୍ବ ରାଉତ, ଧନେଶ୍ୱର ସେଠୀ, ବିକାଶ ଚନ୍ଦ୍ର ସାମନ୍ତରାୟ, ଏ.ବି.ଓ.ଭାଗିରଥୀ ନନ୍ଦ, ରଞ୍ଜିତ ଖୁଂଟିଆ, ପବିତ୍ର ପରିଡା, ସୁକାନ୍ତ ଦାସ, ଜନ୍ମେଜୟ ମଲ୍ଲିକ, ଦିଲ୍ଲୀପ ସାହୁ, ଆଇନଜୀବି ଅକ୍ଷୟ କୁମାର ନାଥ, ଶିକ୍ଷକନେତା ହେମନ୍ତ ଜେନା, ପରାୟଣ ପଣ୍ଡା, ପ୍ରଣବ କୁମାର ଜେନା, ଆଲୋକରଞ୍ଜନ ରାୟ, ସୁଶାନ୍ତ ଖଟାଇ, ପବିତ୍ର ମାଇତି, ପ୍ରକାଶ ଚନ୍ଦ୍ର ସାହୁ, ଆର୍ତ୍ତବନ୍ଧୁ ମଲ୍ଲ, ବିଶ୍ୱମ୍ବର ସାହୁ, ବୈକୁଣ୍ଠ ସ୍ୱାଇଁ, ମାଧବ ବାରିକ, ମନୋଜନଳିନୀ ପ୍ରଧାନ, ପ୍ରଫୁଲ୍ଲ ରାଉତରାୟ, ଦୁର୍ଯ୍ୟୋଧନ ଦାସ, ବିକାଶ ସାହୁ, ରମେଶ ଚନ୍ଦ୍ର ମହାରଥୀ ପ୍ରମୁଖ ନବନିର୍ମିତ ଜଗନ୍ନାଥ ମନ୍ଦିରର ପୂର୍ଣ୍ଣାଙ୍ଗତା ,ପରିବେଶର ଉନ୍ନତିକରଣ ଓ ପ୍ରସ୍ତାବିତ ମହାକାଳପଡା ବେଳାଭୂମି ମହୋତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମହୋତ୍ସବ କମିଟିର ମୁଖ୍ୟ ଉପଦ୍ଦେଷ୍ଠା ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଅଧ୍ୟକ୍ଷ ପଦ ମଣ୍ଡନ ପାଇଁ ଅନୁରୋଧ କରାଯାଇଥିଲା । ଆସନ୍ତା ଜାନୁଆରିମାସ ୧୯ତାରିଖରେ ପରବର୍ତ୍ତି ବୈଠକ ବସିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜଗନ୍ନାଥ ସେବା ସମିତିର ସଦସ୍ୟ ରତ୍ନାକର ରାଉତରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ