ଦଳ ଛାଡି ବିଜେପିରେ ମିଶିଲେ ୪
ବେଲଗୁଣ୍ଠା (ଯୁଗାବ୍ଦ ନ୍ୟୁଜ) : ବେଲଗୁଣ୍ଠା ଏନଏସିର ପୂର୍ବତନ କାଉନସିଲରଙ୍କ ସମେତ ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ନିଜ ନିଜ ଦଳ ଛାଡି ଆଜି ସେମାନେ ବିଜେପି ରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ସେ ବିଜେପିରେ ଯୋଗ ଦେଇଥିବା କଥା ସାମ୍ବାଦିକ ସମ୍ମଳନୀରେ ସେ ପ୍ରକାଶ କରିଛନ୍ତି ।ଆଜି ବିଜେପିର ସୋରଡା ର ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଇ ଧର୍ମେନ୍ଦ୍ର ଙ୍କ ଉପସ୍ଥିତିରେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା ପ୍ରାଥୀଁ ମାନେ ହେଲେ ଲ ଏନଏସି କାଉନସିଲର ଲିଙ୍ଗରାଜ ପାତ୍ର, ଜତିନ ପାତ୍ର, କଂଗ୍ରେସରୁ ବିଦାୟ ଦେଇ ରମାଦେଇ ସିଅ ଯୋଗ ଦେଇଥିବା ବେଳେ ଗୋବର୍ଦ୍ଧନ ବେହେରା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପଠାଇ୍ଛନ୍ତି । ନୀଳମଣୀ ବିଷୋୟୀ ର ଜନକଲ୍ୟାଣ କାମରେ ଆକୃଷ୍ଟ ହୋଇ ସେ ବିଜେପିରେ ଯୋଗ ଦେବା କଥା ସେ ସ୍ୱୀକାର କରିଛନ୍ତି ।


