ଦେଶୀ ମଦ ଜବତ, ଜଣେ ଗିରଫ

ବନ୍ତ (ଯୁଗାଦ୍ଧ ନିଜ୍ୟୁ): ଭଦ୍ରକ ଜିଲା ବନ୍ତ ଥାନା ଟିଲୋ ପଞ୍ଚାୟତ ଅଧିନ ଦେବତାଗଢିଆ ଗ୍ରାମରେ ପୋଲିସ ଚଢାଉ କରି ଦେଶୀ ମଦ ଜବତ କରିବା ସହ ସଂପୃକ୍ତ ବେପାରୀକୁ କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଉକ୍ତ ଗ୍ରାମର ନାରାୟଣ ଜେନା ଚୋରାରେ ଦେଶୀ ମଦ ବିକ୍ରି କରିଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ୍ତ ପୋଲିସ ଚଢାଉ କରିଥିଲା । ସଂପୃକ୍ତ ବେପାରୀଙ୍କ ଠାରୁ ୩ ଲି.୬୦୦ ମିଲି. ଦେଶୀ ମଦ ଜବତ ହୋଇଥିବା ବେଳେ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ପୋଲିସ ୫୨(କ) ଓଡିଶା ଅବକାରୀ ଆଇନ ବଳରେ ୪୩/୧୦ ମୂଳେ ଏକ ମାମଲା ରୁଜ୍ଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ