ପି.ଓ.ଏସ.ମେସିନରେ ଅନଲାଇନ ହୋଲଡିଂ ଟ୍ୟାକ୍ସ ଆଦାୟ ବ୍ୟବସ୍ଥା ଉଦଘାଟିତ
କେନ୍ଦ୍ରାପଡା – କେନ୍ଦ୍ରାପଡା ପୈାରସଂସ୍ଥା ଦ୍ୱାରା ଏମ.- ପି.ଓ.ଏସ.ମେସିନ ମାଧ୍ୟମରେ ଅନଲାଇନରେ ହୋଲଡିଂ ଟ୍ୟାକ୍ସ ଆଦାୟ ବ୍ୟବସ୍ଥାର ଆଜି ଅପରାହ୍ନରେ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ପୈାରସଂସ୍ଥା ସମ୍ମିଳନୀ କକ୍ଷରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପଜିଲ୍ଲାପାଳ ତଥା ପୈାର ପ୍ରଶାସକ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ.- ପି.ଓ.ଏସ.ମେସିନ ମାଧ୍ୟମରେ ଅନଲାଇନରେ ହୋଲଡିଂ ଟ୍ୟାକ୍ସ ଆଦାୟ ବ୍ୟବସ୍ଥାକୁ ଉଦଘାଟନ କରିଥିଲେ । ଏହି ବ୍ୟବସ୍ଥାରେ ପ୍ରଥମେ ଦିଲାରପୁର ମୈାଜାର ଜ୍ୟୋତି ପ୍ରକାଶ ଦାସ,ଗୋପସ୍ଥିତ ସେଂଟ ଜାଭିୟର ହାଇସ୍କୁଲ ଓ ତଳବାରଙ୍ଗର ଶୁକଦେବ ପତିଙ୍କ ଠାରୁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆକ୍ସିସ ବ୍ୟାଙ୍କର ବରିଷ୍ଠ ପରିଚାଳକ ଦେବକାନ୍ତ ସାମଲ,ଟାଟା କନସଲଟ୍ୟାନ୍ସିର ପ୍ରତିନିଧି ସୁଧିର କୁମାର ଦାସ,ପୈାରସଂସ୍ଥା ଏମ.ଇ.ଦିଲ୍ଲୀପ କୁମାର ସେଠୀ ଓ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆକାଉଂଟାଂଟ ଗଣେଶ କୁମାର ପାତ୍ର, କର୍ମଚାରୀ ଭୂବନମୋହନ କାନୁନଗୋ, ମନୋରଞ୍ଜନ ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।