ଶିଖରଘାଟ-ନାଉଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ (ଯୁଗାବ୍ଦ ନ୍ୟୁଜ)ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିଭଉଁରୀ-ଶିଖରଘାଟ ମୁଖ୍ୟରାସ୍ତାର ଶିଖରଘାଟ ଠାରୁ ନାଉଗାଁ ବଜାର ପର୍ଯ୍ୟନ୍ତ ପୂର୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଉକ୍ତ ନିର୍ମାଣ କାର୍ଯ୍ୟର କୌଣସି ସୂଚନା ଫଳକ ନଥିବା ହେତୁ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ ହେଉଛି ।ସରକାରୀ ନିୟମାନୁସାରେ ରାସ୍ତା କାର୍ଯ୍ୟ ନିର୍ମାଣ ପୂର୍ବରୁ ରାସ୍ତା କାର୍ଯ୍ୟ ସଂର୍ପକିତ ତଥ୍ୟ ତଥା ଠିକାଦାରର ନାମ, ଅନୁଦାନର ପରିମାଣ,ନିର୍ମାଣ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ, କେତେ କି.ମି. କଂକ୍ରିଟ ରାସ୍ତା, କେତେ କି.ମି ପିଚୁ ରାସ୍ତା ଓ ଏହାର ଭାଗ, ମାପ, ଦୈର୍ଘ୍ୟ, ପ୍ରସ୍ଥ ଆଦି ତଥ୍ୟ ସୂଚନା ଫଳକରେ ପ୍ରଦାନ କରାଯିବା କଥା । କିନ୍ତୁ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ ହୋଇଥିଲେ ଅଧ୍ୟାବଧି ଠିକାଦାରଙ୍କର କୌଣସି ତଥ୍ୟ ଜଣା ନଥିବା ବେଳେ ସୂଚନା ଫଳକ ମଧ୍ୟ ଲଗାଇ ଯାଇନାହିଁ । ସୂଚନା ଫଳକ ନଥିବାରୁ କାରଣରୁ ଜନସାଧାରଣ ରାସ୍ତାର ନିର୍ମାଣ ସଂପର୍କରେ କିଛି ଜାଣିପାରୁ ନାହାନ୍ତି । ଯାହାଦ୍ୱାରା ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ନିଜ ମନଇଚ୍ଛା ରାସ୍ତା କାର୍ଯ୍ୟ କରୁଥିବା ଜଣାଯାଇଛି । ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବର୍ତମାନ ଟେଣ୍ଡର କାର୍ଯ୍ୟ ଠାରୁ ଆରମ୍ଭ କରି ରାସ୍ତା କାର୍ଯ୍ୟ ଜୋରଦାର ଚାଲୁ ରହିଛି । ଏକକାଳିନ ବିଭିନ୍ନ ସ୍ଥାନରେ କାର୍ଯ୍ୟ ହେଉଥିବାରୁ ଉକ୍ତ ରାସ୍ତା କାର୍ଯ୍ୟକୁ ଠିକ ଭାବେ ବିଭାଗୀୟ ଅଧିକାରୀମାନେ ତଦାରଖ କରୁନଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାସ୍ତାର ଉଭୟ ପାଶ୍ୱର୍ ପ୍ରଶସ୍ତିକରଣ କରାଯାଉଛି । ଉଭୟ ପାଶ୍ୱର୍ରେ ମାଟି ପକା ଯାଇ ପ୍ରଶସ୍ତିକରଣ କରାଯାଉଥିବା ବେଳେ ନିୟମାନୁସାରେ କେବଳ କସର ଡଷ୍ଟ ବିଛା ଯାଇ ରୋଲିଙ୍ଗ କରାଯିବ କଥା । କିନ୍ତୁ ଉଭୟ ପାଶ୍ୱର୍ରେ ଡଷ୍ଟ ପରିବର୍ତେ ବାଲି ମିଶା ଡଷ୍ଟ ପକାଯାଉଛି । ସେହିପରି ରାସ୍ତା ଉପରୁ ପୁରୁଣା ପିଚୁକୁ ଉଠା ଯାଇ ପ୍ରଥମେ ବଜୁରିରେ ମେଟାଲିଙ୍ଗ କରାଯିବା ସହିତ ତା ଉପରେ କଂକ୍ରିଟ କରାଯିବାର ନିୟମ ରହିଛି । କିନ୍ତୁ ଠିକାଦାର ମନଇଚ୍ଛା ବଜୁରି ପରିବର୍ତେ ମେଂଟାଲ ବ୍ୟବହାର କରୁଛନ୍ତି । ନିର୍ମାଣ ହେଉଥିବା କଂକ୍ରିଟର ଦୈର୍ଘ ଓ ପ୍ରସ୍ଥ ସବୁ ସ୍ଥାନରେ ସମାନ ନଥିବା ବେଳେ ଏଷ୍ଟିମେଟ ଅନୁସାରେ ଚିପସ ବ୍ୟବହାର କରାଯାଉନାହିଁ । ଯାହାଫଳରେ କମ ଖର୍ଚ୍ଚରେ କଂକ୍ରିଟ କାର୍ଯ୍ୟ ହେଉଥିବା ଜଣାଯାଇଛି । ଏହି ରାସ୍ତାଟି ବାଲିଭଉଁରୀ-ଶିଖରଘାଟକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେହ ଯାତ୍ରୀବାହି, ମାଲବାହି ଗାଡି ପୁରୀ, କଟକ, ପାରାଦୀପ,ଅସ୍ତରଙ୍ଗ, କାକାଟପୁର, ଜଗତସିଂହପୁର, ଭୁବନେଶ୍ୱର ଆଦି ସ୍ଥାନକୁ ଯିବା ଆସିବା କରୁଛି । ଯାହାଫଳରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରେ ଭାରିଯାନ ଯିବା ଆସିବା ଫଳରେ ରାସ୍ତା ଫାଟି ଯିବାର ଆଶଙ୍କା ସୃଷ୍ଟି କରୁଛି । ତେଣୁ ରାସ୍ତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।ଏ ସଂପର୍କରେ ପୂର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରମେଶ ମିଶ୍ରଙ୍କୁ ପଚାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ