ଜେ.ଏନ୍‌.ୟୁ. ଛାତ୍ର ଆକ୍ରମଣ ଘଟଣାକୁ ରିସର୍ଚ୍ଚ ସ୍କଲାରଙ୍କ ନିନ୍ଦା

ଭୁବନେଶ୍ୱର-: ଜେ.ଏନ୍‌.ୟୁ.ରେ ଛାତ୍ର ଓ ଅଧ୍ୟାପକମାନଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣକୁ ତୀବ୍ର ନିନ୍ଦା କରି ଭୁବନେଶ୍ୱରରେ ବିଭିନ୍ନ ଗବେଷଣା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାରମାନେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଆଇ.ଏମ୍‌.ଏମ୍‌.ଟି ପର୍ଯ୍ୟନ୍ତ ଶାନ୍ତିିପୂର୍ଣ୍ଣ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଜେ.ଏନ୍‌.ୟୁ, ଯାଦବପୁର ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପରେ ହିଂସା ଓ ଅତ୍ୟାଚାର ବଢି ଚାଲିଛି । ବହୁ ହିଂସାକାରୀ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନିଷ୍ଠୁରଭାବେ ଆକ୍ରମଣ କରୁଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଆଜି ଗବେଷଣାରତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । ଏହି ପରିସ୍ଥିତିତରେ ଜେ.ଏନ୍‌.ୟୁରେ ଯେଉଁମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ୟାମ୍ପସ୍‌ରେ ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ରିସର୍ଚ୍ଚ ସ୍କଲାରମାନେ ଦାବି କରିଛନ୍ତି । ଭବିଷ୍ୟତରେ ଅନୁଷ୍ଠାନ, ଓ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନଙ୍କର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଆଇଓପି ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦରେ ରିସର୍ଚ୍ଚ ସ୍କଲାର ଗଣେଶ ପାଲ୍‌, ଅତନୁ ମାଇତି, ଅମରେନ୍ଦ୍ର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ