୨୫ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର-: ଓଡ଼ିଶା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଶାର ମହାନ କବି, ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ କଳ୍ପନା ଛକସ୍ଥିତ ପ୍ରତିମୂର୍ତ୍ତିଠାରେ ସ୍ମୃତିଚାରଣ ସହ ପ୍ରତିମୂର୍ତ୍ତି ସଫେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ମାର୍ଗଦର୍ଶନ ଓ ଆବାହକ କିଶନ ବରାଇଙ୍କ ଉପସ୍ଥିତିରେ ଚାଖି ଖୁଣ୍ଟିଆ ଜଣେ ମହାନ କବି, ବିପ୍ଳବୀ ଥିଲେ ବୋଲି ଆବାହକ ମତବ୍ୟକ୍ତ କରିବା ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ଚନ୍ଦନ ହଜୁରୀ ଭାରତର ସିପାହୀ ବିଦ୍ରୋହରେ ଉତ୍ତର ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳି ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରିବା ସହିତ ସିପାହୀ ବିଦ୍ରୋହର ମୁଖ୍ୟ କାଣ୍ଡାରୀ ଥିଲେ । ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ବଳ ପ୍ରମୁଖ ଆଜିବି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ନିଜକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକାର ସେବା ପାଇଁ ବଜ୍ର ଶପଥ ଗ୍ରହଣ କରିଥିଲେ । ଶ୍ରୀକ୍ଷେତ୍ର ମାଟି ପୁରୀରେ ଜନ୍ମିତ ଖୁଣ୍ଟିଆ ଜଗନ୍ନାଥ ଭକ୍ତି ସହ ରାଷ୍ଟ୍ର ପ୍ରତି ସମର୍ପିତ ଜୀବନ ଓ ସେବା ଦ୍ୱାରା ନିଜକୁ ନିୟୋଜିତ କରିଥିଲେ । ଆଜିର ଯୁବପିଢୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ସେ ମତବ୍ୟକ୍ତ କରିବା ସହିତ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦେଶ ମାତୃକାର ସେବା କରିବା ପାଇଁ ଆଗଭର ହେବା ପାଇଁ ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ସଦସ୍ୟ ବ୍ରଜବନ୍ଧୁ ପରିଡା, ନାରାୟଣ ଚନ୍ଦ୍ର ଓଝା, ସମିତା ମହାରଣା, ବି. ମୁରଲିଧର, ମଦନ ମୋହନ ପାଢୀ, ସଂଗ୍ରାମ ବଳିୟାର ସିଂ, ଶିବଶଙ୍କର ଡାକୁଆ, ତନ୍ମୟ ସାମନ୍ତରାୟ, ମନୋରଞ୍ଜନ ବାରିକ, ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ