ସୁନ୍ଦରୀ ଦିଶିବା ଲାଗି ଅଜବ ପନ୍ଥା

ତାଇଓ୍ବାନ୍‌: ସୁନ୍ଦରତାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଦୁନିଆର ପ୍ରାୟ ସବୁ ଲୋକ ପ୍ରୌଢ ଅଥବା ବୃଦ୍ଧ ଦେଖାଯିବାକୁ ପସନ୍ଦ କରିନ୍ତିନି। ଏଥିପାଇଁ ବିଶେଷ କରି ଯୁବତୀ ଏବଂ ମହିଳାମାନେ ନାନା ଉପାୟ ଅବଲମ୍ବନ କରନ୍ତି। ମାତ୍ର ଚାଇନା ଦେଶ ଅନ୍ତର୍ଭୁକ୍ତ ତାଇଓ୍ବାନ୍‌ ଦ୍ୱୀପର ଯୁବତୀମାନେ ସବୁଦିନ ସୁନ୍ଦରୀ ଦିଶିବା ଲାଗି ଅଦ୍ଭୁତ ପନ୍ଥା ଆପଣାଇ ଥାଆନ୍ତି। ଖରାରେ ସେମାନେ କେବେ ବି ବାହାରକୁ ବାହାରି ନ ଥାନ୍ତି। ତାଙ୍କ ମତରେ ଖରାରେ ବାହାରକୁ ବାହାରିଲେ ଚେହେରା କଳା ପଡ଼ିଯିବା ସହ ଖରାପ ହୋଇଯିବ। ତେଣୁ ଯେତେ କାମ ଥାଉନା କାହିଁକି ଏହି ଦେଶର ମହିଳାମାନେ ଖରାରେ ବାହାରକୁ ବାହାରି ନ ଥାନ୍ତି। ତେଣୁ ସବୁବେଳେ ଫିଟ୍‌ ରହିଥାନ୍ତି। ଖାଲି ଖରା ନୁହେଁ, ବର୍ଷାରେ ମଧ୍ୟ ଏମାନେ ଭିଜିବାକୁ ପସନ୍ଦ କରି ନ ଥାନ୍ତି। ତାଇଓ୍ବାନକୁ ଏକ ଗଣରାଜ୍ୟ ବୋଲି କୁହାଯାଇଥାଏ। ଏଠାକାର ଲୋକସଂଖ୍ୟା ୨.୩୬ କୋଟି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ