ସୁଖସମୃଦ୍ଧି ଆଣେ ଫାଶୀ ଦଉଡ଼ି

ଜଘନ୍ୟରୁ ଜଘନ୍ୟ ଅପରାଧ କରିଥିଲେ ଭାରତୀୟ ଆଇନ ବ୍ୟବସ୍ଥା ମୁତାବକ ଜଣେ ଦୋଷୀକୁ ଫାଶୀଦଣ୍ଡ ମିଳିଥାଏ। ଜଣେ ଦୋଷୀ ଫାଶୀ ପାଇସାରିବା ପରେ ସେହି ଫାଶୀ ଦଉଡ଼ିକୁ ଜହ୍ଲାଦ ନେଇଯାଇଥାଆନ୍ତି। ତେବେ ଏହି ଫାଶୀ ଦଉଡ଼ିକୁ ନେଇ ଲୋକଙ୍କ ମନରେ ଆଜି ବି ଅନେକ ଅନ୍ଧବିଶ୍ବାସ ରହିଛି। କିଛି ଲୋକ ସୁଖସମୃଦ୍ଧି ବୃଦ୍ଧି ପାଇଁ ଦଉଡ଼ିର ଛୋଟଖଣ୍ଡକୁ ନେଇ ଘରେ ରଖିଥାନ୍ତି। ଭାଗ୍ୟ ଅନୁକୂଳ ପାଇଁ କିଛି ଲୋକ ଏହାକୁ ଲକେଟ୍‌ କରି ମଧ୍ୟ ପିନ୍ଧିଥାନ୍ତି। ଇତିହାସରେ ଉଲ୍ଲେଖ ଅଛି, ବ୍ରିଟେନ୍‌ର ଜହ୍ଲାଦ ଏହି ଦଉଡ଼ିକୁ ନେଇଥାନ୍ତି। ତେବେ ୧୯୬୫ରୁ ବ୍ରିଟେନ୍‌ରେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ଆଉ କିଛି ଦେଶରେ ଏହି ଦଉଡ଼ିକୁ ଛୋଟଖଣ୍ଡ କରାଯାଇ କାରାଗାରର ଓ୍ବାର୍ଡରମାନଙ୍କୁ ଦିଆଯାଇଥାଏ। ସେହିପରି ଭାରତରେ ମଧ୍ୟ ଫାଶୀ ଦଉଡ଼ିକୁ ଜହ୍ଲାଦଙ୍କୁ ଦିଆଯାଇଥାଏ। ୨୦୦୪ରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ନଟ ମଲ୍ଲିକ ବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଧନଞ୍ଜୟ ଚାଟାର୍ଜୀଙ୍କୁ ଫାଶୀଖୁଣ୍ଡରେ ଝୁଲାଇଥିଲେ। ସେତେବେଳେ ଚାକିରି ଆଶାୟୀ, କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ମଧ୍ୟ ଏହି ଦଉଡ଼ି ଖଣ୍ଡକୁ ନେବା ପାଇଁ ନଟଙ୍କ ଘର ସମ୍ମୁଖରେ ଭିଡ଼ ଜମାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ