ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ନୁଆଗଡ ବ୍ଲକ ଏବଂ କାଶୀନଗର ବ୍ଲକରେ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ “ଜାତୀୟ ଯୁବ ଦିବସ” ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନୁଆଗଡ ବ୍ଲକର କେ. ଝାଲାରସିଂ ଗ୍ରାମରେ ସ୍ୱାମିବିବେକାନନ୍ଦଙ୍କ ଜନ୍ମ ଦିବସ ପାଳନ କରିବାସହ ତାଙ୍କ ପରି ନିଷ୍ଠାବାନ, ଧର୍ଯ୍ୟ ଉତ୍ତମ ଚରିତ୍ର ଗଠନ କରି ପ୍ରତ୍ୟେକ ଯୁବକ ଯୁବତୀ ଉତ୍ତମ ସମାଜ ଗଠନରେ ସହାୟକ ହେବେ ବୋଲି ଆଲେଚନା ଚକ୍ର ଚାଲିଥିବା ବେଳେ ମୁଖ୍ୟ ଅତିଥିଭାବେ, ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପାଇକ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ବେହରଦଳାଇ, ୱାର୍ଡମେମ୍ବର ପ୍ରକାଶ ଲିମା ପ୍ରମୁଖ ଯୋଗଦେଇଥିଲେ । ଠିକ ସେହିପରି କାଶୀନଗର ବ୍ଲକର ବିସିରିଂ ଗ୍ରାମରେ ଏନ୍.ୱାଇ.କେ. ସ୍ୱେଛାସେବୀ ମାନେ ପର୍ବତାରୋହଣ କାର୍ଯ୍ୟକ୍ରମ କରିଥିଲେ । “ଜାତୀୟ ଯୁବ ଦିବସ” ଉପଲକ୍ଷେ ଏହି ଟ୍ରେକିଂ କେମ୍ପ ବିସିରିଂର ହନୁମାନ ମନ୍ଦିର ଠାରୁ ଆରମ୍ଭ କରି ଲିଙ୍ଗବରା ଠାରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ସମାପନ ହେବାକୁ ୨ଘଣ୍ଟା ଲାଗିଥିଲା । ଏଥିରେ ୧୧ଜଣ ଯୁବମାନେ ଅଂଶ ଗ୍ରହଣ କରିଥିବା ସହ ୨ଜଣ ସ୍ଥାନୀୟ ଗାଇଡମାନେ ମଧ୍ୟ ଏଥିରେ ଉପସ୍ଥିତ ଥାଇ କାର୍ଯୟକ୍ରମଟିକୁ ପରିଚାଳନା କରିଥିଲେ ।


