ବାଲ୍ମୁକୁନ୍ଦ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହିଠାରେଥିବା ବାଲ୍ମୁକୁନ୍ଦ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ମାର୍ଗ ଦର୍ଶକ ଭାଗବତ ପାଢୀ ଏବଂ ସଂଯୋଜିକା ନମିତା ଚୌଧୁରୀଙ୍କ ସହ ଶିଶୁମାନେ ପୂର୍ବାହ୍ନରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଭ୍ରମଣକରି ସେଠାରେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କୁ ଭଗବତ ଗୀତା ଉପହାର ଦେଇଥିଲେ । ପରେ ଶିଶୁମାନେ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳା ବୁଲିଥିଲେ । କାର୍ଯ୍ୟକ୍ରମରେ ସଂଜୟ ଜେନା ଇଂରାଜୀ ସମ୍ଭାଷଣ ଏବଂ ମୂରଲୀଧର ପରିଚ୍ଛା ଚିତ୍ରାଙ୍କନ ଶିକ୍ଷାଦେଇଥିଲେ । ରାମକୃଷ୍ଣ ମିଶନର ପ୍ରତିନିଧି ରମେଶ ଭାଇ ସ୍ୱାମୀ ବିବେକାନନ୍ଦଙ୍କ ଏକାଗ୍ରତ ରହିବା ଧ୍ୟାନ ଉପରେ ଯୋଗ ଶିକ୍ଷାଦେଇଥିଲେ । ସନ୍ଧ୍ୟାରେ ସତ୍ୟନାରାୟଣ ମହାରଣାଙ୍କ ବାସଗୃହରେ ଅନୁଷ୍ଠିତ ସତ୍ସଂଗରେ ଶିଶୁମାନେ ଯୋଗଦେଇ ଜଗତଗୁରୁ କୃପାଳୁଜୀ ମହାରାଜଙ୍କ କୀର୍ତ୍ତନରେ ସାମିଲ ହୋଇଥିଲେ । ସେହିପରି ଗୋପୀନାଥ ପାଠାଗାର ଠାରେ ଓଡିଆ ଭାଷା କାର୍ଯ୍ୟକ୍ରମରେ ମହାରାଜା ଗୋପୀନାଥ ଗଜପତି ଦେବଙ୍କ ଆତ୍ମାର ସଦଗତି ପାଇଁ ଶିକ୍ଷାବିତ୍ତ ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ନୀରବ ପ୍ରାର୍ଥନା କରିଥିଲେ ।


