ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ଛତ୍ରପୁରର ଆରିୟନ ପ୍ରଥମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ଟାଉନ ହଲରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଛତ୍ରପୁର ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓର ୪ ବର୍ଷୀୟ ଛାତ୍ର କେ.ଆରିୟନ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୃତ୍ୟ ନିର୍ଦ୍ଦେଶ ଏମ.ରବୀନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶନାରେ ଏହି ନୃତ୍ୟ ପରିବେଷଣ କରିଥିଲେ । ଟ୍ରଫି ପାଇବା ପରେ ଆରିୟନ ନିଜ ଗୁରୁ, ନିର୍ଦ୍ଦେଶକଙ୍କ ସହ ଆସି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟିଥିଲେ । ବିଧାୟକ ଶ୍ରୀ ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତରୋତର କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ