ଜାଗୁଆର ପକ୍ଷରୁ ରେଞ୍ଜ୍ ରୋଭର୍ ଭେଲାର ବୁକିଂ ଆରମ୍ଭ
ମୁମ୍ବାଇ, (ଏଜେନ୍ସି): ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ରେଞ୍ଜ୍ ରୋଭର ଭେଲାରର ବୁକିଂ ଆରମ୍ଭ କରାଯାଇଛି । ଏହାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା ରହିଛି । ଏହ ୨.୦୧ ପେଟ୍ରୋଲ ୧୮୪ କିଲୋୱାଟ୍ ତଥା ୨.୦୧ ଡିଜେଲ ଏବଂ ୧୩୨ କିଲୋୱାଟ୍ ଭ୍ୟାରିଆଣ୍ଟରେ ଉପଲବ୍ଧ । ଏହାର ବୁକିଂ ଚଳିତ ମେ ଠାରୁ ଆରମ୍ଭ ହେବ । ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ ଏଥିରେ ଶ୍ରେଷ୍ଠ ବ୍ରିଟିଶ୍ ଡିଜାଇନିଂ ତଥା ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି । ତେଣୁ ରେଞ୍ଜ୍ ରୋଭର ଭେଲାର ଗ୍ରାହକଙ୍କ ଏହା ବେଶ୍ ପସନ୍ଦ ହେବ । ଏଥିରେ ଟଚ୍ ପ୍ରୋ ଡ୍ୟୁ, ଆକ୍ଟିଭିଟି କ. ୱାଇ-ଫାଇ ଥା ପ୍ରୋ ସର୍ଭିସ୍ ଆଦି ଉପଲବ୍ଧ କରାଯିବ । ଏଥିସହିତ ଏଥିରେ ମେରିଡିଆନ୍ ସାଉଣ୍ଡ ସିଷ୍ଟମ୍, ଫୋର୍ ଜୋନ୍ କ୍ଲାଇମେଟିକ୍ କଣ୍ଟ୍ରୋଲ, କେବିନ୍ ଏୟାର ଆୟୋନାଇଜେସନ୍, ପ୍ରିମିୟମ୍ ଲେଦର ଇଣ୍ଟରିଆର, ୫୦.୮ ସେମି ହ୍ୱିଲ୍ ଓ ଏଲ୍ଇଡ଼ି ହେଡ଼୍ ଲାଇଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଅଲ୍ ନିୟୁ ଡିସକଭର ମୂଲ୍ୟ ୭୬.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ନିୟୁ ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା, ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୧୦୩.୭୪ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୮୧.୮୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ଣ୍ଣାଲ, ଲକ୍ଷେ୍ନø, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା ଓ ସୁରାଟ ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।


