ଡ. ଆମ୍ବେଦରଙ୍କ ଜନ୍ମବାର୍ଷିକ ଉତ୍ସବ

ନିରାକାରପୁର(ଜୁଗାବ୍ଦ ନ୍ୟୁଜ୍‍): ନିରାକାରପୁର ଡିଆ ଅନୁସୂଚିତ ସାହି ଶାନ୍ତି କମିଟି ଓ ଏସି.ଏସଟି,ଓବିସି ଓ ଛତ୍ରପତି ସାହୁଜୀ ମହାରାଜ ଯୁବ ପରିଷଦ ତରଫରୁ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୨୮ତମ ଜନ୍ମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଆରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିଥିଭାବେ ନାବାର୍ଡ ବ୍ୟାଙ୍କ ମ୍ୟାନେଜର ବି.ବି ଗୋଛାୟତ, ସରପଞ୍ଚ ହୃଷିକେଶ ରାଉତରାୟ, ସମିତିସଭ୍ୟ ବିପିନ କୁମାର ଜୟସିଂହ ଓ ଆରତ ସେଠୀ, ବିରଞ୍ଚି ସେଠୀ ପ୍ରମୁଖ ଯୋଗଦେଇ ଡ. ଆମ୍ବେଦକଙ୍କ ସମ୍ବିଧାନ ଆଇନ ପ୍ରଣୟନ କ୍ଷେତ୍ରରେ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଳ୍ୟର୍ପଣ କରିଥିଲେ । ଶେଷରେ ଯୁବ ପରିଷଦ ସଂପାଦକ ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ