ବଜରଙ୍ଗୀ ସେବା ସଂଘ ପକ୍ଷରୁ ହନୁମାନ ଜୟନ୍ତୀ

ଜଟଣୀ (ଜୁଗାବ୍ଦ ନ୍ୟୁଜ୍‍): ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗୀ ସେବା ସଂଘ ପକ୍ଷରୁ ରବିବାର ହନୁମାନ ଜୟନ୍ତୀ ଓ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଶହ ଶହ ଯୁବକ ମା’ ଡମଣେଇ ଠାକୁରାଣୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । କେତେକ ଗ୍ରାମ ଏବଂ ସହରରେ ଐତିହ୍ୟ, ପରମ୍ପରା ଏବଂ ଆଧ୍ୟାତ୍ମିକତାକୁ ଭୁଲି ଯାଇ ବିଦେଶୀ ପରମ୍ପରା ପ୍ରତି ଆକୃଷ୍ଟ ହେଉଥିବା ଦୃଶ୍ୟ ସମାଜ ପାଇଁ ନକାରତ୍ମକ ସନ୍ଦେଶ ଦେଉଥିବା ପରିପ୍ରେକ୍ଷୀରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ପାଳନ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲା । ବଜରଙ୍ଗୀ ସେବା ସଂଘ ଅନୁଷ୍ଠାନର ଆଜି ପ୍ରତିଷ୍ଠା ଦିବସ ହୋଇଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ସାଦର ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି ଅନୁଷ୍ଠାନ ଜଟଣୀ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ବେଶ୍ ଲୋକପ୍ରିୟତା ହାସଲ କରିଛି । ଆଗକୁ ଏହିପରି ଅନେକ ଜନହିତକାରୀ କାର୍ଯ୍ୟ ହାତକୁ ନିଆଯିବ ବୋଲି ଅନୁଷ୍ଠାନ ସଭାପତି ଶ୍ରୀ ସାହୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ